ଅନୁଗୋଳ: ଅନୁଗୋଳ ସହରରେ ସେକ୍ସ ରାକେଟ ଠାବ। ପୂର୍ବତନ ପୋଲିସ ଅଧିକାରୀ ଙ୍କ ଘରେ ସେକ୍ସ ରାକେଟ ଠାବ। ଦୁଇ ଗ୍ରାହକ, ଦୁଇ ଦେହଜୀବୀ ଙ୍କ ସମେତ ଘର ମାଲିକ ଙ୍କୁ ଅଟକ ରଖିଲା ପୋଲିସ। ଘଟଣା ଘଟିଛି ଅନୁଗୋଳ ସହରର ଅମଲାପଡା ସପ୍ତମ ଗଳିରେ । ସେକ୍ସ ରାକେଟ ସମ୍ପୃକ୍ତ ସ୍ଥାନରେ ଚାଲୁଥିବା ନେଇ ସୂଚନା ପାଇବା ପରେ ଅନୁଗୁଳ ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ସେକ୍ସ ରାକେଟ ଚାଲିଥିବା ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପୋଲିସ ଅତର୍କିତ ଭାବରେ ଚଢାଉ କରିଥିଲା।
ସେପଟେ ପୋଲିସ ଚଡାଉ ସୂଚନା ପାଇ ଅଭିଯୁକ୍ତ ମାନେ କବାଟ ଖୋଲି ନଥିଲେ । ପରେ ଦୀର୍ଘ ସମୟ ପରେ ପୋଲିସ ତାଗିଦ କରିବା ପରେ ସଂପୃକ୍ତ ସ୍ଥାନରୁ ସେକ୍ସ ରାକେଟ ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
