ଅନୁଗୋଳ: ଅନୁଗୋଳ ଜିଲ୍ଲା ଆମ୍ବପାଳ ଗ୍ରାମ ର କିଛି ଅଂଶ ଏମସିଏଲ ଦ୍ୱାରା ଅଧିଗୃହିତ ହୋଇଛି | ପୁନଶ୍ଚ ଏବେ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ କରିବା ପାଇଁ ଏମସିଏଲ ପକ୍ଷରୁ ନୋଟିସ କରାଯାଇଛି | ଗ୍ରାମବାସୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ | ପର୍ଯ୍ୟାୟ କ୍ରମେ ଅଧିଗୃହିତ ହେବା ଦ୍ୱାରା ସରକାର ଙ୍କର ଥଇଥାନ ପୁନଃ ବାସ ଏବଂ ନିଯୁକ୍ତି ସଠିକ ଭାବେ ହୋଇ ପାରୁନାହଁ | ସରକାର ଙ୍କର ସମସ୍ତ ଗ୍ରାମକୁ ଏକକାଳୀନ ଅଧିଗ୍ରହଣ କରିବାର ନିୟମ କୁ ଏମସିଏଲ ମାନୁନାହିଁ |
ମଙ୍ଗଳବାର ଆମ୍ବପାଳ ଗ୍ରାମବାସୀ ବିଜେପି ନେତା ବିଜୟ ମାଝୀ ଙ୍କ ନେତୃତ୍ୱ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ଆଲୋଚନା କରିଛନ୍ତି | ଏମସିଏଲ ହିଙ୍ଗୁଳା କ୍ଷେତ୍ର ଦ୍ୱାରା ଦୁଇଟି ପର୍ଯ୍ୟାୟ ରେ କିଛି ଅଂଶ ଜମି ଅଧିଗ୍ରହଣ ହୋଇ ୨୦୧୬ରେ ମେଜରମେଣ୍ଟ କରିଥିଲେ ମଧ୍ୟ ତାର ଅର୍ଥରାଶି ଆଜିପର୍ଯ୍ୟନ୍ତ ମିଳିପାରିନାହିଁ |ପୁଣି ଗତ ୨୪ତାରିଖରେ ଏମସିଏଲ ହିଙ୍ଗୁଳା ଜିଏମ ଙ୍କ ଦ୍ୱାରା ଏକ ବୈଠକ କରିବାପାଇଁ ଗ୍ରାମ କୁ ନୋଟିସ କରିଥିଲେ, ୨୫ତାରିଖରେ ଜିଏମ ଅଫିସ ରେ ବଳରାମ ସାଇଡିଙ୍ଗ ରୁ ସୁଭଦ୍ରା ମାଇନ୍ସ କୁ ରେଳ ଲାଇନ ସମ୍ୱନ୍ଧରେ ଆଲୋଚନା କରିବାକୁ ଡକାଯାଇଥିଲା |ଏସମ୍ପର୍କ ରେ ଗ୍ରାମବାସୀ ମାନ୍ୟବର ସାଂସଦ ଙ୍କ ସହ ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇଛନ୍ତି |ଗ୍ରାମର ଜମିକୁ ପର୍ଯ୍ୟାୟ ପର୍ଯ୍ୟାୟ ରେ ଅଧିଗ୍ରହଣ ନକରି ସମ୍ପୂର୍ଣ ବିସ୍ଥାପନ କରି ଲୋକଙ୍କୁ ଥଇଥାନ କରାଯାଉ ନଚେତ ଆମେ ରେଲୱେ କାର୍ଯ୍ୟ ରେ ସହଯୋଗ କରିବୁନାହିଁ ବୋଲି ମାନ୍ୟବର ସାଂସଦ ଙ୍କୁ ଗ୍ରାମବାସୀ ମାନେ କହିଥିଲେ|
ଗ୍ରାମବାସୀଙ୍କ କଥାକୁ ହୃଦୟଙ୍ଗମ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ଶ୍ରୀ ପ୍ରଧାନ ପ୍ରତିଶୃତି ଦେବା ସହ ଜିଲ୍ଲା ପ୍ରଶାସନ କୁ ଏ ଦିଗରେ ପଦକ୍ଷେପ ନେବାପାଇଁ କହିଛନ୍ତି | ଏହି ପ୍ରତିନିଧି ମଣ୍ଡଳୀ ରେ ଗ୍ରାମ ଉପସଭାପତି ବାଳକୃଷ୍ଣ ସାହୁ, ଧର୍ମାନନ୍ଦ ମାଝୀ, ଚିକୁ ବେହେରା, ରଞ୍ଜନ ସାହୁ, ସିପୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ|
