ବନ୍ତଳା ଅଞ୍ଚଳରୁ ଦୁର୍ବୁତ୍ତ ଉଭାନ୍, ପୋଲିସର ଛାନଭିନ, ଜଣେ ଅଟକ, ତିନି ବାଇକ୍ ଜବତ

ଅନୁଗୋଳ/ବନ୍ତଳା: ଅନୁଗୋଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମବାସୀ କଳାପାଟ ଠାକୁରାଣୀଙ୍କ ନିକଟରେ ଗାଁର ସୁରକ୍ଷା ପାଇଁ ଠେଙ୍ଗା ପୂଜା କରିଛନ୍ତି। ଶତାଧିକ ଠେଙ୍ଗା ନେଇ ଠାକୁରାଣୀଙ୍କ ମନ୍ଦିର ନିକଟରେ ପୂଜା କରିଥିବା ଲୋକଙ୍କ ଠାରୁ ସୂଚନା ମିଳିଛି। ବନ୍ତଳା ଅଞ୍ଚଳରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡି ଯାଉଛି।ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦିନରେ ମଧ୍ୟ ଲୋକମାନେ ନିରାପଦ ମନେ କରୁ ନାହାନ୍ତି। ସନ୍ଧ୍ୟା ହେଲେ ଦୋକାନ ବଜାର ବନ୍ଦ ରହୁଛି।ଗାଁ ଗହଳିରେ ଘରେ ତାଟି କବାଟ ପଡୁଛି। କଥା କଥାରେ ଲୋକ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଓ ଭୟଭୀତ କରୁଛନ୍ତି ବନ୍ତଳା କଲେଜ ରାସ୍ତା, ସଂଖପୁର ମଦନ ମୋହନ ଛକ, ପୋକତୁଙ୍ଗା ଛକ, ମାଧପୁର ଛକ, ଖିଣ୍ଡା, ବେଡା ବସଲା ଛକ , ଧୋକୁଟା ଆଦି ସ୍ଥାନ ମାନଙ୍କରେ ଦୁର୍ବୁତ୍ତ ବୁଲୁଥିବା ବେଳେ ତିନିଦିନ ହେଲା ଉଭାନ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ତିନି ଦିନ ପୂର୍ବରୁ ପୋକତୁଙ୍ଗା ଗ୍ରାମରେ ୪ ଜଣ ଦୁର୍ବୁତ୍ତ ଲୋକମାନଙ୍କ ଘରେ ପଶି ଅକଥନୀୟ ଭାବରେ ବାଡେଇ ଆତଙ୍କ ସୃଷ୍ଟି କରିଥିଲେ ।ସମସ୍ତ ଗ୍ରାମବାସୀ ମେଳି ହୋଇ ପ୍ରାୟ ୪ଶହ ଲୋକ ବନ୍ତଳା ଥାନା ଘେରାଉ କରିବା ସହିତ ଅଭିଯୋଗ କରିଥିଲେ । ଆଜି ଅପରାହ୍ନରେ ପୋକତୁଙ୍ଗା ଗ୍ରାମର ମା କଳାପାଟ ମନ୍ଦିର ନିକଟରେ ଏନେଇ ଠେଙ୍ଗା ପୂଜା କରିଛନ୍ତି।ସମସ୍ତ ଗ୍ରାମବାସୀ ମିଳିତ ହୋଇ ଶପଥ ନେବା ସହିତ ଦୁର୍ବୁତ୍ତଙ୍କୁ ସାବାଡ଼ କରିବା ସହିତ ଗାଁ ସୁରକ୍ଷା ପାଇଁ ଠେଙ୍ଗା ପୂଜା କରାଯାଇଥିଲା ।ପ୍ରତି ଘରେ ଘରେ ଠେଙ୍ଗା ରହିବା ସହିତ ଛକ, କୋଠଘର ,ମଣ୍ଡପ ରେ ପ୍ରାୟ ଶହେରୁ ଅଧିକ ଠେଙ୍ଗା ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୋଲିସ ମଧ୍ୟ ଛାନଭିନ ଚଳାଇଛି। ଜଣେ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତିନୋଟି ବାଇକ ପୋଲିସ ଜବତ କରିଛି।

Leave a Reply

Your email address will not be published. Required fields are marked *