Angul News: ବ୍ୟାଘ୍ର ପ୍ରକଳ୍ପ ନାଁରେ ସ୍ୱେଚ୍ଛାକୃତ ବିସ୍ଥାପନ ବନ୍ଦ ଦାବିରେ ଆନ୍ଦୋଳନ ପାଇଁ “ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟି” ଗଠିତ

Angul News: ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ନାମରେ କରାଯାଉଥିବା ସ୍ୱେଚ୍ଛାକୃତ ବିସ୍ଥାପନ ବନ୍ଦ କରିବା ଏବଂ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା ପାଇଁ ଆନେ୍ଦାଳନ ଗଢ଼ି ତୋଳିବାକୁ ଆଜି ଟିକରପଡାଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିକରପଡା ସରପଞ୍ଚ ସୌମ୍ୟରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଧର ପ୍ରଧାନ, ଜୟରାମ ସାହୁ, ରଘୁନାଥ ଗଡତିଆ, ସୁବୋଧ ସାମଲ, ପ୍ରଫୁଲ୍ଲ କୁମାର ଦେହୁରୀ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ତୀର୍ଥବାସୀ ଭୋଇ, ନବକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ୱେଚ୍ଛାକୃତ ବିସ୍ଥାପନ ନାଁରେ କରାଯାଉଥିବା ବଳପୂର୍ବକ ବିସ୍ଥାପନକୁ ତୀବ୍ର ବିରୋଧ କରିଥିଲେ । ସ୍ୱେଚ୍ଛାକୃତ ବିସ୍ଥାପନ ତୁରନ୍ତ ବନ୍ଦ କରି ସ୍ଥାନୀୟ ଅଭୟାରଣ୍ୟ ଅଧିବାସୀଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ଆନେ୍ଦାଳନ ଗଢ଼ି ତୋଳିବା ନିମନ୍ତେ “”ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟି” ସାତକୋଶିଆ ନାମରେ ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟିର ସଭାପତିଭାବେ ବିଦ୍ୟାଧର ପ୍ରଧାନ, ଉପସଭାପତି ଭାବେ ରଘୁନାଥ ଗଡତିଆ, ଜ୍ଞାନରଞ୍ଜନ ସାହୁ, ରବୀନ୍ଦ୍ର ବାରିକ, ତ୍ରିନାଥ ସାହୁ, ନିରଞ୍ଜନ କଅଁର, ସାନନ୍ଦ କର୍ମୀ, ଅରୁଣ ଦେହୁରୀ, ସମ୍ପାଦକ ଭାବେ ଜୟରାମ ସାହୁ, ସହସମ୍ପାଦକ ଭାବେ ଫକୀର ଜାନି, ମକୁନ୍ଦ ନାଏକ, କୋଷାଧ୍ୟକ୍ଷ ଭାବେ ସୁବୋଧ ସାହୁଙ୍କୁ ନେଇ ଏକ ୨୧ଜଣିଆ କମିଟି ସଭାରେ ସର୍ବସମ୍ମତ ଭାବେ ମନୋନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *