୧୯୮ ଜଣ ଏଲଏପି ଶ୍ରମିକଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସର୍କିଟ ହାଉସ ଠାରେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ. ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀ. ସୁଶାନ୍ତ ବେହେରା, ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲପାଳ ଶ୍ରୀ. ବୈତୁରା ଦୀପ, ଆରକ୍ଷ ଅଧିକାରୀ ଏବଂ ନାଲକୋ କତୃପକ୍ଷ ଙ୍କ ଉପସ୍ଥିତି ରେ ୧୯୮ ଜଣ LAP ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବଅଁରପାଳ ବ୍ଲକ ପଣ୍ଡିତ ରଘୁନାଥ ମୁରୁମ୍ ନଗର ସମିତି ପକ୍ଷରୁ ୧୫ ଦଫା ଦାବି ନେଇ ସି. ପି. ପି ନାଲକୋ ମୁଣ୍ଡା ବସ୍ତି ଟାଙ୍କି ହଟିଂ ର ଉଚ୍ଛେଦ ସମାଧାନ ନିମନ୍ତେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ଏ ସମ୍ବନ୍ଧରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *