ତାଳଚେର : ତାଳଚେର ଦେଉଳବେଡା ଡିସିଆଇ କ୍ଲବଠାରେ ଆଜି ମଙ୍ଗଳବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶ୍ରୀଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ବିବିଧ କ୍ଷେତ୍ରର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଗୁରୁ ପୂଜନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସମ୍ପର୍କ ପ୍ରମୁଖ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଗୁରୁ ପୂଜନ ଉତ୍ସବର ମହତ୍ୱ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା, ଗୁରୁ ପୂଜନ ପରମ୍ପରା ଉପରେ ବିଶେଷ ଭାବେ ମାର୍ଗ ଦର୍ଶନ କରିଥିଲେ। ଆଇଏସଏସର ଜିଲ୍ଲା ସହ ସଂଘ ଚାଳକ ଗିରିଧାରୀ ଶତପଥୀ, ନଗର ସଂଘ ଚାଳକ ପ୍ରମୋଦ କୁଣ୍ଡୁ ମଂଚାସୀନ ଥିଲେ। ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲଙ୍କ ସହ ଶତାଧିକ କାର୍ଯ୍ୟକର୍ତା ଗୁରୁ ପୂଜନ କରିଥିଲେ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶ୍ରୀ ଗୁରୁ ପୂଜନ ଉତ୍ସବ




