ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

jmm protest

ରାଇରଙ୍ଗପୁର (ଶ୍ୟାମାଳେନ୍ଦୁ ପରିଡ଼ା): ୨୦୦୦ ମସିହାରେ କେବଳ ବିହାର ଭିତିକ ୧୮ ଜିଲ୍ଲାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଂଶ ବୃହତ ଝାଡ଼ଖଣ୍ଡ ରାଜ୍ୟରୁ ବଂଚିତ ରହିଗଲା। ସେହି ଅଂଚଳର ଆଦିବାସୀ ଓ ମୂଳବାସୀମାନେ ‘ଜଳ,ଜଙ୍ଗଲ,ଜମିନ,’ର ଅଧିକାରରୁ ବଂଚିତ ରହିଛନ୍ତି । ସେମାନଙ୍କ ସା ମାଜିକ, ସଂସ୍କୃତି ପ୍ରଭାବିତ ହେଉଛି । ସାମାଜିକ,ଓ ସଂସ୍କୃତି ବଂଚାଇବା ପାଇଁ ସେମାନେ ଏବେ ଲଢେଇ କରୁଛନ୍ତି । ରୁଙ୍ଗଟା ମେଟାଲିକ ପ୍ରାଇଭେଟ ଲିମିଟେଡ ବିନା ଗ୍ରାମ ସଭାରେ ଅଂଚଳବାସୀଙ୍କୁ ପ୍ରଶାସନ ସହାୟତାରେ ଦାଣ୍ଡବୋଷ-ଆନନ୍ଦପୁର-କଣ୍ଟାବଣି ଗ୍ରାମରେ ଲୌହଶିଳ୍ପ ପ୍ରତିଷ୍ଠା ପାଇଁ କରିବାକୁ ଯାଉଛି ଯେଉଁଥି ପାଇଁ ଭିଟାମାଟି ବଂଚାଇବା ପାଇଁ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି ।

ଆଦିବାସୀଙ୍କ ଜଙ୍ଗଲ,ଜମି,ଜଳ ଅଧିକାର ପାଇଁ ଅତିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ବିଶାଳ ଆନ୍ଦୋଳନ କରି ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଏବେ ଓଡ଼ିଶା ପ୍ରଦେଶର ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ମୁଖ୍ୟ ଅଂଜନୀ ସୋରେନଙ୍କ ସରଳତାର ସୁଯୋଗ ନେଇ କିଛି ମୁଷ୍ଟିମେୟ ସ୍ବାର୍ଥନ୍ବେଷୀ କୁଚକ୍ରୀ ଗୋଷ୍ଠୀ ଦଳକୁ କବଳିତ କରୁଛନ୍ତି ।ଯାହାଫଳରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଭାବମୂର୍ତ୍ତି ଦିନକୁ ଦିନ ରସାତଳକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସଂଗଠନ ଦୁର୍ବଳ ହେବା ସହ ଭାବମୂର୍ତ୍ତି ନଷ୍ଟ ହେଉଛି ।

ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଅସ୍ମିତା ବଂଚାଇବାପାଇଁ ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଏକ ବୈଠକ ବରିଷ୍ଠ ନେତା ସୁଧୀର ମହାନ୍ତଙ୍କ ସଭାପତିତ୍ଵରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ଯେ ଏଭଳି ଘଡିସନ୍ଧି ସମୟରେ କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ହସ୍ତକ୍ଷେପ କରି ଦଳ ରାଜ୍ୟ କମିଟିରେ ଆବଶ୍ୟକୀୟ ସଂସ୍କାର କରନ୍ତୁ ।ପରେ ସିଦ୍ଧାନ୍ତ ହୋଇଥିଲା ଯେ ଆସନ୍ତା ନଭେମ୍ବର ୧୫ ରେ ଶହୀଦ ଵୀର୍ଷାମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳନ ହେବାକୁ ଯାଉଛି ।ଏହାକୁ ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିମାନେ ‘ବିଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଆଦିବାସୀ ମୂଳବାସୀ ମଂଚ’ ନାମକ ସଂଗଠନ ମାଧ୍ୟମରେ ଵୀର୍ସା ମୁଣ୍ଡା ନଭେମ୍ବର ୧୫ ରେ ପାଳନ କରିଵେ ।

ଏହାକୁ ‘ଆଦିବାସୀ ମୂଳବାସୀ ସ୍ଵାଭିମାନ ସମାଵେଶ’ନାମରେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।ତଦସହ ନଭେମ୍ବର ୧୫ ପୂର୍ବରୁ ଦଳ ସଂଗଠନ ନେଇ କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା କରିବ ।କିଛି ନିଷ୍କର୍ଷ ନ ମିଳିଲେ ଆଗାମୀ ଦିନରେ ଏହି ସଂଗଠନ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଗଣମାଧ୍ୟମକୁ ପୂର୍ବତନ ସାଂସଦ ଇଂ ବିଶେଶ୍ୱର ଟୁଡୁ କହିଥିଲେ ।ଅନ୍ୟ ମାନଙ୍କ ମଧ୍ଯରେ ମଙ୍ଗଲ ସିଂ ଟୁଡୁ,ମାତା ବିରୁଆ,ଦୁଃଖ ମୁର୍ମୁ, ରଘୁନାଥ ମୁର୍ମୁ,ରାମରାୟ ମୁର୍ମୁ, ଯଦୁନାଥ ସୋରେନ ଙ୍କ ସମେତ ବହୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଅସନ୍ତୁଷ୍ଟ କର୍ମିସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *