Angul News: ବିସ୍ଥାପିତଙ୍କ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କ ସହ ଆଲୋଚନା

Dharmendra Pradhan meet central minister Prahlad Joshi

Dharmendra Pradhan meet central minister Prahlad Joshi

Angul News: ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ଅଞ୍ଚଳର ବିଭିନ୍ନ ବିସ୍ଥାପିତ ଗ୍ରାମର ସମସ୍ୟା ଦିନକୁ ଦିନ ତୀବ୍ର ହେବାରେ ଲିଗିଛି, ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, କହିବେ କାହାକୁ ଶୁଣିବ କିଏ, ବର୍ଷ ବର୍ଷ ଧରି ଆରପିଡିଏସି ବୈଠକ ବସୁନାହିଁ, ବର୍ଷ ବର୍ଷ ଦୌଡି ଦୌଡି କିଛି ଫଳ ମିଳୁନାହିଁ,ଏଭଳି ସ୍ଥଳରେ କ୍ଷତିଗ୍ରସ୍ତ ଲୋକେ କିଂ କର୍ତବ୍ୟ ବିମୁଢ଼ ଅବସ୍ଥାରେ ଅଛନ୍ତି। କୋଇଲା ଖଣି ଦ୍ୱାରା ସବୁକିଛି ହରାଇ ଶେଷରେ ହୀନସ୍ତା ହେବାକୁ ପଡୁଛି,|ଆଜି ସୋମବାର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱରେ ତାଳଚେର ର ବିଭିନ୍ନ ଗ୍ରାମର ଗ୍ରାମ କମିଟି, ବିସ୍ଥାପିତ ଙ୍କ ସମସ୍ୟା କୁ ନେଇ ନୂଆଦିଲ୍ଲୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟିଥିଲେ। ନିଜ ମାଟିର ହଜାର ହଜାର ଲୋକଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ଗ୍ରାମ କମିଟିର ସଦସ୍ୟଙ୍କ ସହ ବିସ୍ଥାପିତଙ୍କ ସମସ୍ୟା ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କୁ ଭେଟି ଆଲୋଚନା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

ବିସ୍ଥାପିତଙ୍କ ଥଇଥାନ, ଜମି ଅଧିଗ୍ରହଣ, କ୍ଷତିପୂରଣ ଓ ନିଯୁକ୍ତି ଏବଂ ଅନ୍ୟାନ୍ୟ ବିଷୟରେ ଚର୍ଚ୍ଚା ହେବା ସହ ଏହାର ତ୍ୱରିତ ସମାଧାନ ଦିଗରେ ଆଲୋଚନା ହେଲା,ଗୋପାଳପ୍ରସାଦ,ଅରଖପାଳ ବାଘବାସପୁର, ବଡଗୁଣ୍ଡୁରୀ, ଛେଳିଆ, ବାଲୁଙ୍ଗା, ଏକଡାଳ, ଗ୍ରାମ ଗୁଡିକୁ ସମ୍ପୂର୍ଣ ଅଧିଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ସମେତ କୋଲ ଇଣ୍ଡିଆ ଓ ଏମ ସି ଏଲ ର ସମସ୍ତ ଅଧିକାରୀ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ବରିଷ୍ଠ ନେତା ରାଜେନ୍ଦ୍ର ସିଂହ, ଲୋକନାଥ ସାହୁ, ନରେଶ ବେହେରା, ପ୍ରଶାନ୍ତ ନନ୍ଦ, କୃଷ୍ଣଚନ୍ଦ୍ର ଦାସ, ତାପସ ସାହୁ,ବିଏମଏସ ନେତା ସୁବାସ ଚନ୍ଦ୍ର ପ୍ରଧାନ ଓ ବିରେନ ଖିଲାର ଙ୍କ ସମେତ ସମସ୍ତ ଗ୍ରାମର ଗ୍ରାମ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *