Focuss Exclusive: ସାତକୋଶିଆରେ ଉତ୍ପାତିଆ ନରହନ୍ତା ଦନ୍ତା : ସ୍ଥାନୀୟ ଲୋକଙ୍କ ବିରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ଗତକାଲି ୩ ତାରିଖ ରାତି 10 ରେ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅଫିସରେ ପହଁଚିଛି। ଶିମିଳିପାଳର ଗଭୀର ଜଙ୍ଗଲରେ ଛଡ଼ାଯିବ ବୋଲି ଖବର ପ୍ରକାଶ ପାଇଥିବା ବେଳେ ତାକୁ ଆଣି ଶିମିଳିପାଳ ପାଦଦେଶ ସାତକୋଶିଆ ଜଙ୍ଗଲରେ ଛଡ଼ାଯିବାକୁ ଯୋଜନା କରାଯାଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି।

ହାତୀକୁ ଐରାବତ ନାମକ ଏକ ସ୍ୱତନ୍ତ୍ର ଟ୍ରକରେ ଆଣି ରେଞ୍ଜ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି,। ତାକୁ କଦଳୀ ଗଛ ଓ ଆମ୍ବ ଆଦି ଖାଇବାକୁ ଦିଆଯାଉଛି। ଗେଟ ତାଲା ପକାଇ ରଖାଯାଇଥିବା ସତ୍ତ୍ୱେ ବାହାରେ ବହୁ ସଂଖ୍ୟାରେ ମହିଳା ବିରୋଧ ପ୍ରଦର୍ଶନ କରୁଛନ୍ତି। ହାତୀ ଯେଉଁଠୁ ଅଣାଯାଇଛି ସେଠାକୁ ଫେରେଇ ନିଆଯାଉ ବୋଲି ଦାବି କରିଛନ୍ତି। ଆମେ ଗରିବ ଲୋକ ଜଙ୍ଗଲକୁ ଗଲେ ଚଳୁଛୁ। ତେଣୁ ଏଠାରେ ହାତୀ ଛଡାଯାଉ ନାହିଁ ବୋଲି କହିଛନ୍ତି ମହିଳା ମାନେ। ତେବେ ପ୍ରଶାସନ କଣ ନିଷ୍ପତ୍ତି ନେବ ତାହା ଜଣାପଡ଼ିନାହିଁ।

ସୂଚନା ମୁତାବକ ୩ ତାରିଖରେ ନର ହନ୍ତା ଦନ୍ତାକୁ କାବୁ କରାଯାଇଥିଲା। ଦୀର୍ଘ ତିନି ବର୍ଷ ଧରି ପାଖାପାଖି ଦଶ ଜଣ ଲୋକଙ୍କ ଜୀବନ ନେଇଥିବା ଦନ୍ତା ହାତୀକୁ ଅନୁଗୁଳ ବନଖଣ୍ଡର କୁସୁମପାଟ ଇଲାକାରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦନ୍ତାଟିକୁ ପ୍ରାୟ ଦୁଇ ଥରରେ ଟ୍ରାଙ୍କୁଳାଇଜ କରି ଉଦ୍ଧାର କରିବା ପରେ ସ୍ୱତନ୍ତ୍ର ଗାଡିରେ ସମ୍ପୃକ୍ତ ସ୍ଥାନରୁ ସ୍ଥାନାନ୍ତରିତ କରାଯାଇ କରଞ୍ଜିଆ ବନଖଣ୍ଡ ସାତକୋଶିଆ ବଣ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ରାତି 10ରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *