Angul News: ନିଜ ସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୋଳ: ଅନୁଗୋଳ ଜିଲ୍ଲା ହାକିମପଡାଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ ‘ବାଜି ରାଉତ ଛାତ୍ରାବାସ’କୁ ନିଜର ସାଂସଦ ପାଣ୍ଠି ବା ଏମପିଲାଡରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସ୍ଥାନୀୟ ଆବଶ୍ୟକତା ଏବଂ ଲୋକଙ୍କ କଲ୍ୟାଣ ଦିଗରେ ଶ୍ରୀ ପ୍ରଧାନ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏନେଇ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ସିହୋର ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇବା ସହ ଏହି ଚିଠିର ନକଲ ଅନୁଗୋଳ ଜିଲ୍ଲପାଳ, ଅନୁଗୋଳ ଜିଲ୍ଲା ଯୋଜନା ଅଧିକାରୀଙ୍କୁ ପଠାଇ ଦେଇଛନ୍ତି। ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ। ବିଶେଷ ଭାବରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଏହି ସେଣ୍ଟର ସହାୟକ ହେବ।

Leave a Reply

Your email address will not be published. Required fields are marked *