Angul BJP Women Wings: ଗୋବର ପାଣି ଛିଞ୍ଚନ କରି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ବିଶୋଧିତ କଲା ବିଜେପି ମହିଳା ମୋର୍ଚ୍ଚା

Angul BJP Women Wings:ଅନୁଗୋଳ: ଅନୁଗୋଳ ଷ୍ଟାଡିୟମ ପରିସରରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ସଭାସ୍ଥଳରେ ଆଜି ଏଭଳି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଝାଡୁ ମାରି , ଗୋବର ପାଣି ଛିଞ୍ଚନ କରି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ମାନେ ଅନୁଗୁଳ ଷ୍ଟାଡିୟମ ପରିସରକୁ ବିଶୋଧିତ କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଅଧ୍ୟାପିକା ମମିତା ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ପାଖରେ ବସାଇବା ଏବଂ ସେ ତାଙ୍କୁ ଅଦ୍ୟାବଧି ବହିଷ୍କାର ନ କରି ସୁରକ୍ଷା ଦେଉଥିବା, ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅନେକ ଦାଗି ମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ଥିବାରୁ ସେ ଅନୁଗୁଳର ପବିତ୍ର ମା ହିଙ୍ଗୁଳା ଏବଂ ମା ବୁଢ଼ୀ ଠାକୁରାଣୀ ଙ୍କ ମାଟି କୁ ଅପବିତ୍ର କରିଛନ୍ତି ବୋଲି ମହିଳା ମୋର୍ଚ୍ଚା ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପ୍ରଧାନ, ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ପ୍ରମୁଖ ପ୍ରକାଶ କରିଥିଲେ।ଆଜିର ଏ ଅଭିନବ ପ୍ରତିବାଦରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ସମେତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲୀନ ଦାସ, ଜିଲ୍ଲା ସମ୍ପାଦିକା ନମିତା ଦଳବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସରିତା ମିଶ୍ର ଏ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *