ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନନିର୍ମିତ ତାଳଚେର ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Advertisement

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନନିର୍ମିତ ତାଳଚେର ରେଳ ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଦେଶବ୍ୟାପୀ ୭୫ଟି ଆଧୁନିକୀକରଣ ହୋଇଥିବା ଷ୍ଟେସନ ଲୋକାର୍ପଣର ଏହା ଏକ ଅଂଶ। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯାଇଥିବା ଏହି ଷ୍ଟେସନଟି ଓଡ଼ିଶାର ଶିଳ୍ପାଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ପୁନନିର୍ମାଣ ଫଳରେ ତାଳଚେର ରେଳ ଷ୍ଟେସନ ଏକ ଆଧୁନିକ ଓ ଯାତ୍ରୀ ଅନୁକୂଳ ପରିବହନ କେନ୍ଦ୍ରରେ ପରିଣତ ହୋଇଛି। ଏଥିରେ ଆଧୁନିକ ଷ୍ଟେସନ ଭବନ, ଉନ୍ନତ ମାନର ଚଳାଚଳ ପରିସର , ସୁସଜିତ ପ୍ରବେଶ ପଥ , ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପ୍ରଶସ୍ତ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ଯାତ୍ରୀ ବସିବା ବ୍ୟବସ୍ଥା, ଅତ୍ୟାଧୁନିକ ଆଲୋକୀକରଣ, ମାନକ ସୂଚନାଫଳକ ଏବଂଓଡ଼ିଶାର ସମୃଦ୍ଧ କଳା ଓ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି କରାଯାଇଛି।

ଷ୍ଟେସନର ବର୍ତ୍ତମାନର କାର୍ଯ୍ୟକ୍ଷମ ଆବଶ୍ୟକତା ଏବଂ ଯାତ୍ରୀମାନଙ୍କ ଚଳାଚଳକୁ ଦୃଷ୍ଟିରେ ରଖି ଏହି ପୁନନିର୍ମାଣ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଯାତ୍ରୀମାନଙ୍କ ସୁବିଧା, ଷ୍ଟେସନ ମଧ୍ୟରେ ଚଳାଚଳ ଓ ସାମଗ୍ରିକ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

Advertisement

ଅନୁଗୁଳ-ତାଳଚେର କୋଇଲା ଓ ଶକ୍ତି ବଳୟକୁ ସେବା ଯୋଗାଉଥିବା ଏହି ଷ୍ଟେସନ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ସହ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହେବ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାରେ ରୂପାନ୍ତରଣ ହେଉଥିବା ୫୯ଟି ଷ୍ଟେସନ ମଧ୍ୟରେ ତାଳଚେର ଷ୍ଟେସନ ଅନ୍ୟତମ, ଯାହା ଭାରତୀୟ ରେଳବାଇର ଆଧୁନିକ ଓ ଯାତ୍ରୀ-କେନ୍ଦ୍ରିକ ଭିତ୍ତିଭୂମି ଗଠନ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏହି ଉଦ୍‌ଘାଟନୀ ସମାରୋହରେ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା ଏବଂ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନର ଏଡିଆରଏମ (ଇନଫ୍ରା) ଶ୍ରୀ ରାଜଧାରୀ ଯାଦବ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *