ଅନୁଗୁଳ: ଅଧକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ବିଚାର ଫାଷ୍ଟଟ୍ରାକ କୋର୍ଟରେ ତ୍ୱରିତ କରାଯାଇ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା, ଦାୟିତ୍ୱ ପାଳନରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିକ୍ଷାନୁଷ୍ଠାନ କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା , ମମିତା ମେହେରଙ୍କ ପରିବାରକୁ ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରିବା ଓ ଅଭିଯୁକ୍ତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ଦାବିରେ ଏସୟୁସିଆଇ ପକ୍ଷରୁ ଡାକରା ଦିଆଯାଇଥିବା ପ୍ରସ୍ତିବାଦ ଦିବସ ଉପଲକ୍ଷେ ଅନୁଗୁଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଛିନ୍ତି ଏସୟୁସିଆଇ କମିଟିର ସଦସ୍ୟବୃନ୍ଦ। ଏହି ଅବସରରେ ଅନୁଗୁଳ ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁ , ସଞ୍ଜୟ ସାହୁ , ନିରଞ୍ଜନ ନାୟକ , ନାରାୟଣ ନାୟକ , ନିରୂପମା ନାୟକ ପ୍ରମୁଖ ଯୋଗ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।
Related Posts
ତାଳଚେର ଆଦିବାସୀମାନଙ୍କ ସମସ୍ୟା ନେଇ ଜାତୀୟ ଏସଟି କମିଶନ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କଲେ କାଳନ୍ଦୀ ସାମଲ
ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ରେ ଥିବା ଆଦିବାସୀ ମାନଙ୍କ ର ନାନାବିଦ୍ଧ ସମସ୍ୟା ରହିଛି, କିଛି ଦିନ ପୂର୍ବେ ଆଦିବାସୀ ମାନଙ୍କର ଏକ ସମ୍ମିଳନୀ ଆୟୋଜିତ…
Angul News: ୧୫ରୁ ୧୭ ଡିସେମ୍ବର ଏ.ଆଇ.ୟୁ.ଟି.ୟୁ.ସି.ର ଭୁବନେଶ୍ୱରରେ ୨୨ତମ ସର୍ବଭାରତୀୟ ସମ୍ମିଳନୀ
Angul News: କେନ୍ଦ୍ର ସରକାରଙ୍କ ପ୍ରଣୀତ ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍ ବାତିଲ କରିବା, ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍. ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା,…
ଅନିଶ୍ଚିତତାରେ ବଆଁରପାଳ ଠାରୁ ଅନୁଗୁଳ ରାସ୍ତାର ମରାମତି
ଅନୁଗୁଳ, (ସୁବ୍ରତ ପଟନାୟକ): ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ ଠାରୁ ପଞ୍ଚମହଲା ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତିକୁ ନେଇ ଅନିଶ୍ଚିତତା ଦେଖାଦେଇଛି।…
