ଜିଲ୍ଲା କାର୍ଯ୍ୟାଳୟରୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ
ଯୁଗ୍ମ ଫଟୋଚିତ୍ର ଅପସାରଣକୁ ତୀବ୍ରନିନ୍ଦା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନେ୍ଦାଳନର ପୁରୋଧା ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଯୁଗ୍ମ ଫଟୋଚିତ୍ରକୁ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରୁ ହେଲ୍ପଡେକ୍ସ ନିର୍ମାଣ ପାଇଁ ଅପସାରଣ କରାଯିବା ଘଟଣାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଶେଷକରି ଅନୁଗୁଳ ଜିଲ୍ଲାର ଜନସାଧାରଣଙ୍କ ଗଡଜାତ ଆନେ୍ଦାଳନ, ବ୍ରିଟିଶ ବିରୋଧୀ ଆନେ୍ଦାଳନ ଏବଂ ସ୍ୱାଧୀନତା ପରିବର୍ତ୍ତୀ ସମୟରେ ସାମାଜିକ ଉନ୍ନତି, ଶିକ୍ଷାର ବିକାଶ, ଅନ୍ଧବିଶ୍ୱାସ ଦୂର କରିବା ଆଦି ବିଭିନ୍ନ କାର୍ଯ୍ୟରେ ଉଭୟ ସଂଗ୍ରାମୀଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲା ପ୍ରଶାସନ ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍ରେ ରହି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଯୁଗ୍ମ ଫଟୋଚିତ୍ରକୁ ସମ୍ମାନର ସହିତ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସାଧାରଣ ଦୃଷ୍ଟିଗୋଚର ହେବାଭଳି ସ୍ଥାନରେ ସ୍ଥାନିତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *