ଅନୁଗୁଳ ଜିଲ୍ଲାର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା

ଅନୁଗୁଳ: ଅନୁଗୋଳ ଜିଲ୍ଲାରେ ଥିବା ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ଜନସାଧାରଣଙ୍କ ହିତରେ କାମ କରିବା, ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଆଞ୍ଚଳିକ ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚର୍ଚ୍ଚା ଆଲୋଚନା ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଗତ ବୁଧବାର ନୂଆଦିଲ୍ଲୀରେ ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ସହ ଏକ ଟିମ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଅନୁଗୁଳ ଜିଲ୍ଲାର ସାମଗ୍ରିକ ବିକାଶ କରାଯିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ଆଜିର ଆଲୋଚନାରେ ବରୁଣ କୁମାର ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସୁଶାନ୍ତ କୁମାର ପ୍ରଧାନ, ଅଜୟ ସାହୁ, ଖଇରା ପ୍ରଧାନ, ଶମ୍ଭୁନାଥ ବେହେରା, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ସୁନୀଲ ପଟ୍ଟନାୟକ, ସନ୍ଦୀପ ପାଲ, ବିଶ୍ୱମ୍ବର ପ୍ରଧାନ, ବିଜୟ ମହାନ୍ତି, ସଂଜୀବ ନାହାକ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *