ରାସ୍ତା ଉପରେ ଜଳିଗଲା ଟାଟା ଏସିଇ

ଅନୁଗୋଳ: ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଅଟୋ ଟି ହଠାତ ଜଳି ପାଉଁଶ ହୋଇଯାଇଛି । ଶୋଭାଗ୍ୟ କ୍ରମେ ଏହି ସମୟରେ କୌଣସି ଯାତ୍ରୀ କିମ୍ବା ଗାଡି ଚାଳକ ଗାଡି ରେ ନଥିଲେ ବୋଲି ଜଣାପଡିଛି । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜୁରାଗାଡ଼ିଆ ଗ୍ରାମ ସୀମା ତଥା ଟାଟା ଷ୍ଟିଲ କାରଖାନା ପାର୍ଶ୍ଵରେ ଠିଆ ହୋଇଥିବା ଯାତ୍ରୀବାହୀ ଅଟୋ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ନୂଆହତା ପଞ୍ଚାୟତ ର ତାଳବାହାଳ ଗ୍ରାମର ଗୋପାଳ ନାଏକ ନିଜ ଯାତ୍ରୀବାହୀ ଓଆର ୧୯ ପି ୬୩୬୧ ନମ୍ବର୍ ଅଟୋ କୁ ନେଇ ଟାଟା ଷ୍ଟିଲ କାରଖାନା ନିକଟରେ ରଖି ପାଖରେ ଥିବା ଏକ ଦୋକାନ ରେ ଠିଆ ହୋଇଥିଲେ। କିଛି ସମୟରେ ପରେ ଅଚାନକ଼ ଅଟୋ ର ସମ୍ମୁଖ ଭାଗରେ ଧୂଆଁ ବାହାରିବା ସହ ହୁତହୁତ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦେଖି ଚତୁଃପାର୍ଶ୍ୱରେ ଥିବା ଲୋକମାନେ ଦେଖେଣା ହାରି ପାଲଟି ଯାଇଥିଲେ। ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ କାରଖାନା କୁ ଫୋନ କରି ଜଣାଇବା ଦ୍ଵାରା ଘଟଣାସ୍ଥଳରେ ଟାଟା ଷ୍ଟିଲ ଦମକଳବାହିନୀ ପହଂଚି ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *