Angul News: ବ୍ରାଉନସୁଗାର ବେପାରୀଙ୍କ ଘର ଉପରେ ପୋଲିସ ରେଡ

Angul News: ଅନୁଗୋଳ: ବ୍ରାଉନସୁଗର ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର ବଡ଼ ଧରଣର ରେଡ୍। ସ୍ପେସାଲ ସ୍କ୍ୱାଡ୍ ଓ ଅନୁଗୁଳ ଟାଉନ ଥାନା ପୁଲିସର ମିଳିତ ଚଢାଉ। ଅନୁଗୁଳ ସହର ହାତୀଶାଳପଡ଼ାରେ ଏକ ଭଡ଼ା ଘରେ ଚାଲିଥିଲା ଧଳା ଜହର କାରବାର। ବିପୁଳ ପରିମାଣର ବ୍ରାଉନସୁଗର ସହ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଜବତ। ଦୁଇ ବ୍ରାଉନସୁଗର ବେପାରୀ ଅଟକ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ଟଙ୍କା ଗଣା। ଟଙ୍କା ଗଣିବା ପାଇଁ ମେସିନର ସହାୟତା ନେଲା ପୁଲିସ।

ନିଜକୁ ଏକ ଘରୋଇ କମ୍ପାନୀ ର କର୍ମଚାରୀ ଓ ସ୍ଥାନୀୟ ସଦର ଥାନା ଇଲାକାର ସାକସିଂଘା ତଥା କୁମଣ୍ଡ ଇଲାକର ମୂଳ ବାସିନ୍ଦା ଦର୍ଶାଇ ଦୁଇ ଯୁବକ ହାତିଶାଳପଡା ର ବିରେଦ୍ର କୁମାର ସିଂ ନାମକ ଜଣେ ବ୍ୟକ୍ତି ଙ୍କ ଘରେ ରହି ଏହି କଳା କାରନାମା ଚଳାଇବାବେଳେ ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

ଉଭୟ ଅଭିଯୁକ୍ତ ଙ୍କ ଠାରୁ ପ୍ରାୟ ୨୮ ଗ୍ରାମ ର ବ୍ରାଉନ ସୁଗାର ସହ ୨୬ ଲକ୍ଷ ପାଞ୍ଚ ହଜାର ୩୧୫ ଟଙ୍କା ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *