କାଣ୍ଡସର ସ୍କୁଲ ସାହିଠାରେ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ସ୍କୁଲ ସାହି ଠାରେ ଏକ ସଡକ ଦୁର୍ଘଟଣାରେ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା। ମିଳିଥିବା ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମର ଅନ୍ତର ଭୁତିଆ ଙ୍କ ପୁଅ ଅନିଲ ଭୁତିଆ (୧୯) ଏବଂ ଝିଅ ଅର୍ଚିତା ଭୁତିଆ (୧୪) ବାଇକ୍ OR 19 J 5816 ଯୋଗେ ଅନୁଗୋଳ ବ୍ଲକ ର ଚନ୍ଦ୍ର ବାହାଲ ମାମୁଁ ଘରକୁ ଯାଉଥିବା ବେଳେ କାଣ୍ଡସର ସ୍କୁଲ ସାହି ଠାରେ ବାଇକ୍ ଟି ରାସ୍ତା ଉପରକୁ ଉଠିବା ବେଳେ
ଭାରସ୍ୟାମ ହରାଇ ଖସି ପଡିବାରୁ ଏକ ହ୍ବାଇବା ଗାଡ଼ି ଦୁଇ ଙ୍କ ଉପରେ ଚଢି ଯିବା ଫଳରେ ଘଟଣା ସ୍ଥଳରେ ଅନିଲ ଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅର୍ଚିତା ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନୀୟ ବାସୀ ପଠେଇ ଦେଇଥିଲେ। ଅର୍ଚିତା ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *