Odisha News: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ,କାମାକ୍ଷାନଗର, ଭୁବନକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସାଂସଦ ରୁଦ୍ର ପାଣିଙ୍କ ଦାବି

Angul News:ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବୁଧବାର ପାର୍ଲାମେଣ୍ଟର ଶୂନ୍ୟକାଳରେ ରେଳ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଥାପନ କରିଛନ୍ତି। ସାଂସଦ ଶ୍ରୀ ପାଣି ମୋଦି ସରକାର ଆସିବା ପରେ ୨୦୧୪ରେ ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ଅଦ୍ଭୁତପୁର୍ବ ବଜେଟ୍ ଉପସ୍ଥାପିତ କରିଛନ୍ତି। ରେଳବାଇ କ୍ଷେତ୍ରରେ ସମଗ୍ର ଓଡିଶା ପ୍ରଦେଶରେ ଯେଉଁଭଳି ଭାବେ ବିକାଶ ହେଉଛି ତାହା ତୁଳନାତ୍ମକ ନୁହେଁ, ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ମାନ୍ୟବର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଯେତେ ପ୍ରଶଂସା କଲେ କମ ହେବ।

ଓଡିଶା ତଥାପି, ପଛୁଆବର୍ଗ ଏବଂ ଦାରିଦ୍ର୍ୟ ହେତୁ ରେଳ ଦୃଷ୍ଟିକୋଣରୁ ଓଡିଶାର ବିକାଶର ଆବଶ୍ୟକତା ରହିଛି। ତେଣୁ, ଏହା ମୋର ନମ୍ର ଅନୁରୋଧ ଯେ ଓଡିଶା ଭଳି ଏକ ରାଜ୍ୟର ସମସ୍ତ କ୍ଷେତ୍ର ପୂର୍ବତଟ ରେଳବାଇ ଅଧୀନରେ ଆଣିବା ଉଚିତ୍। ବାଲେଶ୍ୱର,ବାରିପଦା, ବଡ଼ବିଲ,ରାଉରକେଲା, ଝାରସୁଗୁଡା ବ୍ରଜରାଜନଗର ଏବଂ ବେଲ ପାହାଡ଼ ଭଳି ଅଞ୍ଚଳକୁ ପୂର୍ବତଟ ରେଳ ଅଧୀନରେ ଅଣାଯିବା ଉଚିତ ବୋଲି ଶ୍ରୀ ପାଣି ଦାବୀ କରିଛନ୍ତି। ଏକ ଯାତ୍ରୀବାହୀ ଟ୍ରେନ୍ ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଠାରୁ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର, ଭୁବନ, ଯାଜପୁର ଜିଲ୍ଲାର ସୁକିନ୍ଦା ରୋଡ ପର୍ଯ୍ୟନ୍ତ ଚାଲିବା ଉଚିତ। ଦୂରଗାମୀ ଏକ୍ସପ୍ରେସ ଟ୍ରେନ ମଧ୍ୟ ସମାନ ମାର୍ଗରେ ଚଳାଇବା ଉପରେ ଶ୍ରୀ ପାଣି ଦାବୀ କରିଛନ୍ତି |ନିର୍ମାଣାଧୀନ ତାଳଚେର ବିମଳାଗଡ଼ ରେଳ ଲାଇନର ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର କରାଇବା ଉପରେ ସେ ଦାବୀ ଉପସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *