ଆଠମଲ୍ଲିକରେ ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ବିଜେପି କାର୍ଯ୍ୟକର୍ତା ଓ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇ ଆଠମଲ୍ଲିକ ମାହେଶ୍ୱରୀ ମନ୍ଦିରରୁ ବାହାରି ମେଡିକାଲ ଛକ, ବଡଦାଣ୍ଡ ସାହି, ବସଷ୍ଟାଣ୍ଡ ଦେଇ ଗାନ୍ଧିଛକ ରେ ସମାପ୍ତ ହୋଇଥିଲା |ବିଜେପି ନଗର ସଭାପତି ଅବନୀ ପ୍ରଧାନ ଙ୍କ ନେତୃତ୍ୱରେ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ତ୍ରିରଙ୍ଗା ଯାତ୍ରାରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆହ୍ୱାନ କ୍ରମେ ସାରା ଦେଶରେ କୋଣ ଅନୁକୋଣରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି। କଷ୍ଟଲବ୍ଧ ସ୍ୱାଧୀନତା କୁ ମନେପକେଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସେ କହିଥିଲେ। ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ଜିଲ୍ଲା ଉପ ସଭାପତି ଅର୍ଜୁନ ସାହୁ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ପରେଶ ଦେଓ, ପିନା ପାଣିଗ୍ରାହୀ, ଚିତ୍ତ ମେହେର, ଶଙ୍କର ହୋତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *