Angul News: ସମଗ୍ର ରାଜ୍ୟର ୧୧ଟି ଜିଲାରେ ଆରମ୍ଭ ହୋଇଛି ଫାଇଲେରିଆ ନିରାକରଣ ଅଭିଯାନ

Angul News: ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ।ଫାଇଲେରିଆ ନିରାକରଣ ଅଭିଯାନ ଓ ଜାତୀୟ କୃମି ନାଶକ ଦିବସ ଭାବେ ଏହାକୁ ପାଳନ କରାଯାଉଥିବା ବେଳେ ଆଜି ଠାରୁ ଏହି ସାମୂହିକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଛି।ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଟେ ଆୟୋଜିତ ଏହି ରାଜ୍ୟ ରାଜ୍ୟ ସ୍ଥାରୀୟ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହଲିଙ୍ଗ ଯୋଗ ଦେଇ କାର୍ଯ୍ୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ନିଜେ ଏହି ଔଷଧ ଖାଇବା ସହ ଅନ୍ୟ ମାନକୁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ଫାଇଲେରିଆ ରୋଗର ସମୂଳେ ନଷ୍ଟ କରିବା ପାଇଁ ଭାରତ ସରକାର ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଜାହାର ଆଧାର ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟର ୧୧ ଜିଲାରେ ଏହି ଅଭିଯାନ ଆରମ୍ଭ ହୋଇଛି ।ଏଥିପାଇଁ 7 ହଜାର ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ତାଳଚେର ବିଧାୟକ ବ୍ରାଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ଜିଲ୍ଲାପାଳ ଅବଦୁଲ ଏମ ଅକରତ ଓ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ ପଦାଧିକାରୀ ଯୋଗ ଦେଇଥିଲେ। ଏହା ମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଅଧିକାରୀ ଓ ଜିଲାପାଳ ଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *