Angul News: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦ ତାରିଖରେ ଦିନ ୧୦ ଟାରେ ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ ଠାରେ ଏକ ବିରାଟ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।ଆଜି ରବିବାର ଅପରାହ୍ଣ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଜନାରେ ଅନୁଗୁଳ ଜିଲ୍ଲା ସବୁଠୁ ବେଶି ଲାଭର୍ଣ୍ଣିତ ,ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୋଦି ସରକାର ଦେଇଛନ୍ତି।ଡିଏମ ଏଫ ଫଣ୍ଡ ସୃଷ୍ଟି କରି ବାର୍ଷିକ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏଫ୍ସିଆଇ ସାର କାରଖାନା, ଥର୍ମାଲ ପ୍ଲାଣ୍ଟ, ରେଳପଥ, ରାଜପଥ ପାଇଁ ପ୍ରଚୁର ଅର୍ଥ ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଜିଲ୍ଲା ବାସୀ ଉତ୍କୃଣ୍ଠା ର ସହ ମୋଦି ଙ୍କୁ ଅପେକ୍ଷା କରିଛନ୍ତି ସ୍ୱାଗତ କରିବା ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଢେଙ୍କାନାଳ ଓ ସମ୍ବଲପୁର ଦୁଇଟି ଲୋକସଭା ର ଜନ ସାଧାରଣ ବିଜୟ ସଙ୍କଳ୍ପ ସମାବେଶ ରେ ଯୋଗଦେବେ।

Leave a Reply

Your email address will not be published. Required fields are marked *