ମଧ୍ୟାହ୍ନ ଭୋଜନ ଖାଇ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତେବେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଲାଗୁଥିବା ଛାତ୍ରଛାତ୍ରୀ ମାନେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସମସ୍ତ ଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଏହି ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୪୫ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ତେବେ ଏହାର ମଧ୍ୟାନ ଭୋଜନ ଦାୟିତ୍ୱ ଗାଁ ର ଶକ୍ତି ମା ମହିମା ସ୍ଵଂୟ ସହାୟକ ଗୋଷ୍ଠୀ ନେଇଥିବା ବେଳେ, ଆଜି ମଧ୍ୟାନ ଭୋଜନ ରେ ସ୍ୱୟା ବଡ଼ି ତରକାରୀ ହୋଇଥିଲା। ତେବେ ଏହି ବଡ଼ିରେ ପୋକ ଥିବା ବେଳେ ପ୍ରତେକ ଦିନ ମଧ୍ୟାନ ଭୋଜନ ଅତି ନିମ୍ନମାନର ଦେଉଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ବେଳେ, ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଵାବକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *