ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରାଶାସନିକ ଅଧିକାରୀ ଶ୍ରୀ ବୈତୁରା ଦୀପଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ତାଙ୍କ ନିଜସ୍ୱ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ମହାସଂଘ ର ସଭାପତି ଶଶାଙ୍କ ଶେଖର ସାମଲ ଙ୍କ ନେତୃତ୍ଵରେ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହାସଂଘ ର ଉପଦେଷ୍ଠା ରାକେଶ କୁମାର ସାମଲ, ସମ୍ପାଦକ ବିଭୁତି ଭୂଷଣ ପ୍ରଧାନ, କୋଷାଧ୍ଯକ୍ଷ ପ୍ରେମାନନ୍ଦ ନାଏକ, କାର୍ଯ୍ୟକରି କୋଷାଧ୍ଯକ୍ଷ ନିହାର ରଞ୍ଜନ ପଟ୍ଟନାୟକ, ସଂଯୋଜକ କିଶୋର କୁମାର ଭୁତିଆ, ବିଜୟ କୁମାର ଦେ, ସୁଧାକର ସାହୁ, ଦୀନେଶ କୁମାର ନାଏକ, ଶଶାଙ୍କ ସାହୁ, ଆଶିଶ କୁମାର ମାଲୁଆ, ଭିକାରୀ ନାଏକ, ମନୋଜ କୁମାର ଦେହୁରୀ, ଜିତେନ କୁମାର ସାହୁ, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଥିଲେ। ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ଅବଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *