Odisha News: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ

Odisha News:ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ (୩୭) ଙ୍କ ଶିକାରୀ ଙ୍କ ଗୁଳିରେ ପ୍ରାଣହାନୀ ଘଟଣା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକ ଙ୍କ ପରିବାର ଵର୍ଗ ଙ୍କୁ ତିରିଶ ଲକ୍ଷ ଟଙ୍କା ର ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି ।
ଏହି କ୍ରମରେ ମୃତକ ଙ୍କ କାମାକ୍ଷାନଗର ଅଞ୍ଚଳରେ ଥିବା ଘରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରମେଶ ସିଂ ଖୁଣ୍ଟିଆ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରମୁଖ ପହଞ୍ଚି ମୃତ ପରିବାର ଵର୍ଗ ଙ୍କୁ ସାନ୍ତ୍ୱନା ଦେବା ସହ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିଥିଲେ । ଏହାସହ ମୃତ ପ୍ରହ୍ଲାଦଙ୍କ ସନ୍ତାନଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *