ଯୁବତୀଙ୍କ ଅର୍ଦ୍ଧଦଗ୍ଧ, ଗଳିତ ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିବା ଘଟଣା, ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ସାକ୍ଷାତ କଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଲୋଧାଝରି ଗ୍ରାମର ଯୁବତୀ ସୁଭଦ୍ରାକୁ ଅମାନବୀୟ ଭାବେ ପୋଡି ହତ୍ୟା, କରାଯାଇଥିବାର ଅଭିଯୋଗ ହୋଇଛି |ଗତ 26 ତାରିଖ ରୁ ନିଖୋଜ ଥିବା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଗତ ଦୁଇଦିନ ହେବ ଗଳିତ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଛି |ଏଭଳି ଅମାନବୀୟ ଘଟଣା କୁ ନେଇ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ଭେଟି ଆଲୋଚନା କରିଛନ୍ତି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ସହ ତାଳଚେର ରୋଡ଼ ଷ୍ଟେସନ ଠାରେ ଏକ ଫାଣ୍ଡି ସ୍ଥାପନ ଓ ଅଟୋ ସଂଘର ରେଜିଷ୍ଟ୍ରେସନ୍ ପାଇଁ ଏସପିଙ୍କୁ ବିଜେପି ପ୍ରତିନିଧି ମଣ୍ଡଳୀ ଜଣାଇଛନ୍ତି । ଦୁଇଦିନ ମଧ୍ୟରେ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଥିବାର ସେମାନେ ଜଣାଇଛନ୍ତି |ଉକ୍ତ ପ୍ରତିନିଧି ମଣ୍ଡଳୀ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ଉପ ସଭାପତି ସୁଜାତା ଦାସ ଓ ଚୌଧୁରୀ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଦିଲ୍ଲୀପ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା ଓ ମୀରା ଗଡ଼ନାୟକ, ନମିତା ଦଳବେହେରା, ବୁଲୁ ପ୍ରଧାନ ଙ୍କ ସମେତ ବହୁ ପଦାଧିକାରୀ ଯୋଗଦେଇ ଥିଲେ |

Leave a Reply

Your email address will not be published. Required fields are marked *