କନ୍ଧମାଳ ଘଟଣାରେ ଭିଏଚପିର ଭର୍ତ୍ସନା

ଅନୁଗୋଳ(ସୁବ୍ରତ ପଟନାୟକ): ଗତ ନଅ ତାରିଖରେ କନ୍ଧମାଳରେ ଗୋବର୍ଦ୍ଧନ ମଠ ପୁରୀ ପିଠାଧିଶ ଜଗତଗୁରୁ ସ୍ୱାମୀ ନିଶ୍ଚଲାନନ୍ଦ ସରସ୍ବତୀ ମହାରାଜଙ୍କ କୁଶ ପୁତ୍ତଳିକା ଦାହ ସହ ହିନ୍ଦୁ ଧର୍ମ ସମ୍ବନ୍ଧରେ ଅରୁଚିକର ମନ୍ତବ୍ୟ ଦେବା ଘଟଣାକୁ ବିଶ୍ୱ ହିନ୍ଦୁ ପରିଷଦର ଭର୍ତ୍ସନା। ତୁରନ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁଗୁଳ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ଶାଖା ର ସମ୍ପାଦକ ପଣ୍ଡିତ ମହେଶ ସାହୁ । ଅଭିଯୋଗ ଅନୁଯାୟୀ ଗତ ନଅ ତାରିଖ ମଙ୍ଗଳବାର ଦିନ କନ୍ଧମାଳ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ , ଏହାର ସୁଯୋଗ ନେଇ ଲମ୍ବୋଦର କହଁର, ସୁଦର୍ଶନ କହଁରଙ୍କ ସମେତ କଂଗ୍ରେସ ନେତା ଅନୁପବ କହଁର ଓ ବିଜେଡି ନେତା ରୋଦନ ମଲ୍ଲିକ ପ୍ରମୁଖ ହିନ୍ଦୁଙ୍କୁ ଅପମାନ ଭଳି କାର୍ଯ୍ୟ କରିଥିଲେ । ତେଣୁ ତୁରନ୍ତ କନ୍ଧମାଳ ପ୍ରଶାସନ ନିଜ ଆଡୁ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ନେବା ସହ ମୁଖ୍ୟମନ୍ତ୍ରୀ ଏ ପରିପ୍ରେକ୍ଷୀରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ପଣ୍ଡିତ ମହେଶ ସାହୁ ।

Leave a Reply

Your email address will not be published. Required fields are marked *