ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳ ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀ ଙ୍କୁ ବହିଷ୍କୃତ କରାଯାଇଛି। କିଶୋର୍ ରାଉଳ, ଜଗନ୍ନାଥ ବିଶ୍ଵାଳ ନାମକ ଦୁଇ କର୍ମୀ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ବରମ୍ବାର ବିଜୁ ଜନତା କର୍ମୀ ମାନେ ଅଭିଯୋଗ କରୁଥିଲେ । ଯାହା ଫଳରେ ଆଜି ବଡ କେରଜାଙ୍ଗ ହାଇ ସ୍କୁଲ ଠାରେ ପଞ୍ଚାୟତର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ସମସ୍ତ ସଦସ୍ୟ ଙ୍କ ମତାମତ ନେଇ ଦୁଇ କର୍ମୀ କୁ ୬ ବର୍ଷ ପାଇଁ ବିଜୁ ଜନତା ଦଳ ରୁ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ୨୫ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ଦିଲ୍ଲୀପ କୁମାର ପ୍ରଧାନ ବଡ କେରଜାଙ୍ଗ ପଞ୍ଚାୟତର ସଭାପତି ଦୁଷ୍ମନ୍ତ ନାୟକ, ନାଏବ ସରପଞ୍ଚ ପ୍ରଶାନ୍ତ ସାହୁ, ପଞ୍ଚାୟତ ସେକ୍ରେଟେରୀ ବିଭୂତି ପ୍ରଧାନ, ପୂର୍ବତନ ନାଏବ ସରପଞ୍ଚ ସୁଶାନ୍ତ ପ୍ରଧାନ ଙ୍କ ସମେତ ବହୁ ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନ ଙ୍କ ଉପସ୍ଥିତ ରେ ବହିଷ୍କୃତ କରାଯାଇଥିଲା।




