ଅନୁଗୋଳ: ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ। ଅନୁଗୋଳ ବ୍ଲକ ଅନ୍ତର୍ଗତ କୁମୁରସିଂହା ଅଞ୍ଚଳର ୧୮୮୨ ମସିହାରେ ପ୍ରତିଷ୍ଠିତ କୁମୁରସିଂହା ପ୍ରାଇମେରୀ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ପରେ ମାନବ ସେବା ମାଧବ ସେବା ଏହି ଉକ୍ତି କୁ ପାଥେୟ କରି ନନ୍ଦପୁର ପଞ୍ଚାୟତ ର କୁସୁମପାଟ ଅଞ୍ଚଳରେ ପହଂଚି ଥିଲେ ଶ୍ରୀମତୀ ପ୍ରଧାନ ।
ସେଠାରେ ବସବାସ କରୁଥିବା ମଲହାର ସମ୍ପ୍ରଦାୟର ଭୂମିହୀନ ପରିବାର ବର୍ଗଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝି ଥିଲେ ଶ୍ରୀମତୀ ପ୍ରଧାନ । ବେଶ କିଛି ସମୟ ସେଠାକାର ବାସିନ୍ଦାଙ୍କୁ ଭେଟିବା ପରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଶ୍ରୀମତୀ ପ୍ରଧାନ ସେଠାରେ ବସ ବାସ କରୁଥିବା ପ୍ରାୟ ୨୦ ଜଣ ମଲହାର ସମ୍ପ୍ରଦାୟର ପରିବାର କୁ କମ୍ବଳ ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଆଉ ଏସବୁ ସାମଗ୍ରୀ ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ ଲୋକେ ।
ପରେ ପରେ ଅନୁଗୁଳ ସହର ଉପକଣ୍ଠ ରଂତଳେଇ ଠାରେ ଥିବା ଶ୍ରୀ ଗୋପାଳ ଗୋଶାଳା ରେ ପହଂଚି ଶ୍ରୀମତୀ ପ୍ରଧାନ ଗୋ ପୂଜନ ସହ ଗୋ ମାତା ଙ୍କ ପୂଜା ତଥା ଦୀର୍ଘ ସମୟ ଧରି ଗୋମାତା ଙ୍କ ସେବା କରିଥିଲେ । ପରେ ପରେ ଗୋଶାଳା ପରିସର ରେ ଥିବା ଭଗବାନ କୃଷ୍ଣ ଙ୍କ ପୂଜାର୍ଚ୍ଚନା କରିବା ପରେ , ଅନୁଷ୍ଠାନ ପକ୍ଷରୁ ଶ୍ରୀମତୀ ପ୍ରଧାନ ଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀମତୀ ପ୍ରଧାନ ଙ୍କ ଅନୁଗୁଳ ଗସ୍ତ ସମୟରେ ତାଙ୍କୁ ଯଥାକ୍ରମେ କୁମୁରସିଂହା , ବନ୍ତଳା ଓ କରତପଟା ଅଞ୍ଚଳରେ ବିଭନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।