ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଷ୍ଟାଡିୟମ ର ଦୁରାଵସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି କ୍ରୀଡ଼ାବିତ । ଏହି କ୍ରମରେ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓ ଉନ୍ନତି କରଣ ଦାବି କରି ଆଜି ଉଭୟ କ୍ରୀଡ଼ାବିତ ଙ୍କ ସମେତ ପ୍ରତ୍ୟହ ଅନୁଗୁଳ ଷ୍ଟାଡିୟମ କୁ ଯୋଗା ଭ୍ୟାସ ଓ ବ୍ୟାୟାମ କରିବାକୁ ଆସୁଥିବା ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କୁ ପ୍ରଦାନ କରାଯାଇଛି ।
ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ , ଷ୍ଟାଡିୟମ ର ମୁଖ୍ୟ ଫାଟକ ନଥିବାରୁ ଗାଈ ଗୋରୁ ଓ ଘୁଷୁରୀ ଆଦି ଅନାଶୟ ରେ ବିଚରଣ କରି ପଡିଆ କୁ ନଷ୍ଟ କରୁଛନ୍ତି । ଏହାଛଡା ଷ୍ଟାଡିୟମ ଏବେ ଅସାମାଜିକ ବ୍ୟକ୍ତି ଙ୍କ ଆଡା ସ୍ଥଳ ପାଲଟିଛି । ପ୍ରତ୍ୟହ ଅସାମାଜିକ ତତ୍ୱ ମଦ୍ୟ ପାନ କରି ମଦ ବୋତଲ ଗୁଡିକୁ ପଡିଆରେ ଏଣେତେଣେ ପକାଉଥିବା ରୁ କ୍ରୀଡ଼ାବିତ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ଏହାଛଡା ଷ୍ଟାଡିୟମ ପରିସରରେ ପାନୀୟ ଜଳ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲେ ସୁଦ୍ଧା ଉପଯୁକ୍ତ ପାନୀୟଜଳ ବ୍ୟବସ୍ଥା ହୋଇପାରିନାହିଁ । ଏତଦବ୍ୟତୀତ ବିଭିନ୍ନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମେଳା ଆଦି ଅନୁଷ୍ଠିତ ହେବା ଫଳରେ କ୍ରୀଡ଼ାବିତ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦାବି ପତ୍ର ରେ ଦର୍ଶାଇଛନ୍ତି ।