ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ରେ ମଧ୍ୟ ଅନୁରୁପ ଭାବେ ଶ୍ରୀ ଜୀଉ ମାନଙ୍କର ସଂପ୍ରଣ ହୋଇଛି ସ୍ନାନ ନୀତି । କରୋନା ଯୋଗୁଁ କେବଳ ବିଧିରକ୍ଷା ପୂର୍ବକ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିବା ବେଳେ ଚଳିତ ବର୍ଷ କିନ୍ତୁ କଟକଣା ମୁକ୍ତ ସ୍ନାନ ଯାତ୍ରା ସମ୍ପ୍ରଣ ହୋଇଛି । ନିର୍ଧାରିତ ସମୟରେ ଗତ ରାତି ରେ ନୀତି ସରିବା ପରେ କୂପ ରୁ ସୁବାସିତ ଜଳ କୁ ଅଣାଯାଇ ଅଭିଷେକ କରି ରଖାଯାଇଥିଲା । ଆଜି ସକାଳେ ୭ଟା ୩୦ ମିନିଟ ସମୟରେ ମଙ୍ଗଲାପ୍ରଣ ନୀତି ପରେ ପହଣ୍ଡି ବିଜେ କରି ୯ ଟା ୩୦ ସୁଧା ଶ୍ରୀ ଜୀଉ ମାନେ ସ୍ନାନ ମଣ୍ଡପ ରେ ପହଞ୍ଚି ବା ପରେ ଶ୍ରୀ ଜୀଉ ଙ୍କ ଉଦ୍ଧେଶ୍ୟରେ ୧୦୮ ଗରା ରେ ଆସିଥିବା ଜଳ ରେ ଶ୍ରୀ ଜୀଉ ମାନଙ୍କର ସ୍ନାନ କରାଯାଇଥିଲା । ପରେ ରକ୍ତ ବସ୍ତ୍ର ପରିଧାନ ଓ ପରେ ପରେ ଠାକୁର ଙ୍କ ନିକଟରେ ନୀତି ସମ୍ପ୍ରଣ ହୋଇଥିଲା । ଏହାପରେ ସମ୍ପ୍ରଣ ହୋଇଥିଲା ଶ୍ରୀ ଜୀଉ ମାନଙ୍କ ଗଜାନନ ବେଶ । ଦିନ ଗୋଟାଏ ସମୟରେ ପହଡ଼ ପରେ ସନ୍ଧ୍ୟା ପାଞ୍ଚ ଟା ସମୟରେ ପହଡ଼ ଫିଟା ସହ ସନ୍ଧ୍ୟା ୬ ଟା ୩୦ ମିନିଟ ସମୟରେ ମାହୀରି ନୃତ୍ୟ ପରିବେଷଣ ର ଆୟୋଜନ କରାଯାଇଛି । ରାତି ୮ଟା ସମୟରେ ନୀତି ସମ୍ପର୍ଣ୍ଣ କରାଯିବା ପରେ ଶ୍ରୀ ଜୀଉ ମାନଙ୍କୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡି ରେ ଅବସ୍ଥାପିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ଶୈଳ ଶ୍ରୀ କ୍ଷେତ୍ର ପରିଚାଳନା ସମିତି ର ସମ୍ପାଦକ ଶ୍ରୀ ହେମନ୍ତ ଦାସ କହିଛନ୍ତି ।