Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ବାତିଲ ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି ।ସେପଟେ ଆସନ୍ତାକାଲି ଠାରୁ ସମ୍ପୃକ୍ତ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଆଉ ସ୍କୁଲ କୁ ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।ଗଣିତ ଶିକ୍ଷକ ପ୍ରସଙ୍ଗରେ ସ୍ଥାୟୀ ସମାଧାନ ଓ ପୂର୍ଣାଙ୍ଗ ନିଷ୍ପତ୍ତି ଶିକ୍ଷା ବିଭାଗ ପକ୍ଷରୁ ଗ୍ରହଣ କରାନଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ସମୂହ ଟିସି ନେଇ ସ୍କୁଲ ପରିତ୍ୟାଗ କରିବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *