Spread the love

ଅନୁଗୋଳ : ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶହୀଦମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୁନୁର ଠାରେ ହେଲିକାପ୍ଟର ଦୁର୍ଘଟଣାରେ ତିନିସେନାର ମୁଖ୍ୟ ବିପିନ ରାୱତଙ୍କ ସମେତ ତାଳଚେରର ରାଣା ପ୍ରତାପ ଦାସ ଏବଂ ସମୁଦାୟ ୧୩ ଜଣ ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ଉଦ୍ଦେଶ୍ୟରେ ସୋମବାର ବିଜେପି ଅନୁଗୋଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଜିଲ୍ଲା ସଭନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଆବାହକତ୍ୱରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ଅବସରରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଅବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ସୁଜାତା ଦାସ, ରୋଜା ଲୀନ ଦାସ, ନମିତା ଦଳ ବେହେରା, ସୁଚିସ୍ମିତା ତ୍ରିପାଠୀ, ସରିତା ମିଶ୍ର, ସୁଷମା ବେହେରା, ମାଧବୀ ମହାପାତ୍ର,ଲିନାରାଣୀ ବେହେରା ମଞ୍ଜୁଲତା ସାହୁ, କଳ୍ପନା ଦଳ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *