ଅନୁଗୁଳ: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି ,ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ ପରମ୍ପରା ସୃଷ୍ଟି କରିଛି ବୋଲି ଢେଙ୍କାନାଳ ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି।ଆମ ସରକାର ର ବଜେଟ ସର୍ବସ୍ପର୍ଶୀ, ସାମଗ୍ରିକ ବିକାଶ ,ମହିଳା, କୃଷକ, ଯୁବକ ଓ ଗରିବ ମାନଙ୍କ ପାଇଁ ସମର୍ପିତ ବୋଲି ଶ୍ରୀ ପାଣି କହିଛନ୍ତି।
ଅନୁଗୁଳ ଜିଲ୍ଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କର ସଭାପତି ତ୍ୱ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସାଂସଦ ରୁଦ୍ର ନାରାୟଣ ପାଣି ସାମ୍ବାଦିକ ସମ୍ମିଳନୀରେ ବଜେଟ ଉପରେ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ଆଗରୁ ବିଜେଡି କେବଳ ପ୍ରତିଶ୍ରୁତି ଦେଇ ପୂରଣ ନକରି ଭୁଲି ଯାଉଥିଲା ଓଡିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ଯାହା ଚଳିତ ବଜେଟ୍ରେ ସ୍ପଷ୍ଟ ହୋଇଛି । ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୁଳଦୁଆ ସ୍ଥାପନା କରିଲା। ବିଜେପି ସରକାରର ପ୍ରଥମ ବଜେଟ୍ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ଏହି ବଜେଟ୍ରେ ସମାଜର ୪ଟି ବର୍ଗ ଯଥା- ଗରିବ, ମହିଳା, ଯୁବକ, କୃଷକ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ବିଜେପିର ସଂକଳ୍ପପତ୍ରରେ ଥିବା ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କିନ୍ତୁ ଅପରପକ୍ଷରେ ବିଜେଡିର ୨୫ବର୍ଷର ଶାସନକୁ ଦେଖାଯାଏ ମହିଳାମାନଙ୍କୁ ବିଜେଡି କେବଳ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରୁଥିଲା । ଧାନ କ୍ରୟମୂଲ୍ୟ ୩୧ଶହ ଟଙ୍କା କରିବା ପାଇଁ ବ୍ୟୟବରାଦ କରାଯାଇଛି । ଏଣିକି ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ । ଆଗରୁ ନବୀନ ବାବୁଙ୍କ ସରକାର ୨୦୧୩ ମସିହାରେ ଓ ୨୦୧୬ ମସିହାରେ ମାତ୍ର ୧୦୦ଟଙ୍କା ବୋନସ୍ ଦେବା ପାଇଁ ଘୋଷଣା କରି ମଧ୍ୟ ତାହା ପାଳନ କରିନଥିଲେ । କିନ୍ତୁ ବିଜେପି ସରକାର କ୍ୱିଂଟାଲ ପିଛା ୮୦୦ଟଙ୍କାର ବୋନସ୍ ଦେବାକୁ ଯାଉଛନ୍ତି।
ବୟସ୍କମାନଙ୍କ ସାମାଜିକ ସୁରକ୍ଷା ପାଇଁ ମାସିକ ୩୫୦୦ଟଙ୍କା ଭତା ପାଇଁ ଏହି ବଜେଟ୍ରେ ବ୍ୟବସ୍ଥା କରାଯାଇଛି । ଆଗରୁ ନବୀନ ବାବୁଙ୍କ ସରକାର ସମୟରେ ଓଡ଼ିଶାରେ ବାର୍ଦ୍ଧକ୍ୟ ଭତା ଦେଶରେ ସର୍ବନିମ୍ନ ଥିଲା । ଏବେ ଏହାକୁ ବୃଦ୍ଧି କରି ଓଡ଼ିଶାରେ ବିଜେପି ସରକାର ଗରିବମାନଙ୍କୁ ନ୍ୟାୟ ଦେଇଛି । ଚଳିତ ବଜେଟ୍ରେ ୫୮ଟି ଶୀତଳଭଣ୍ଡାର ଉପଖଣ୍ଡସ୍ତରରେ କରିବା ପାଇଁ ନିଷ୍ପତି ନିଆଯାଇଛି । ସାମ୍ବାଦିକ ସମ୍ମିଳନୀ ରେ ପାଲ୍ଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ରାଜ୍ୟରେ ୨୪ବର୍ଷ ଧରି ଚାଲିଥିବା ସରକାର କୃଷକ ମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସହ ଚାଷ ଜମି କୁ ଜଳ ସେଚନ ପାଇଁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିଲା, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ୫ ଦିନ ମଧ୍ୟରେ ଅନୁଗୁଳ ଜିଲ୍ଲା ର ସୋମା କୋଇ ଜଳ ସେଚନ ପ୍ରକଳ୍ପ ପାଇଁ ଚଳିତ ବଜେଟ ରେ ବ୍ୟୟ ବରାଦ ହୋଇ ପାରିଲା ବୋଲି କହିଛନ୍ତି।ଆଗରୁ ବିଜେଡି ସରକାର ସମୟରେ ଆଳୁ, ପିଆଜ ମିଶନ କରାଯାଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇଥିଲା । ବିଜେଡି ସରକାର କହିଥିଲା ସବୁ ବ୍ଲକରେ କୋଲ୍ଡ ଷ୍ଟୋରେଜ୍ କରିବ ବୋଲି । ସବୁ ବ୍ଲକ କଥା ଛାଡନ୍ତୁ ନବୀନ ବାବୁଙ୍କ ନିଜ ହିଞ୍ଜିଳୀ ବ୍ଲକରେ ମଧ୍ୟ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇନଥିଲା । ଏବେ ବିଜେପି ସରକାର ତାର ପ୍ରଥମ ବଜେଟ୍ରେ ହିଁ ୫୮ଟି କୋଲ୍ଡ ଷ୍ଟୋରେଜ୍ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଆଧାର କରି ଓଡ଼ିଶାର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଆର୍ôଥକ ୨୦୨୪-୨୫ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ୨୪ବର୍ଷର ବିଜେଡି ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରୁଥିଲା ସେଥିରୁ ଚଳିତବର୍ଷ ବଜେଟ୍ ୧୫% ବଢ଼ିଛି । ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ୍ କରିଛନ୍ତି । ଓଡ଼ିଶାର ୬୫% ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । କୃଷକଙ୍କୁ ବିହନଠାରୁ ବଜାର ପର୍ଯ୍ୟନ୍ତ ସଶକ୍ତ କରିବା ସହ ଜଳସେଚନ, ମଣ୍ଡିର ବ୍ୟବସ୍ଥା, କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପସେଟ୍ ଇତ୍ୟାଦି ଉପରେ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରାଯାଇଛି । ଆଳୁ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଫଳରେ ଖାଉଟିମାନେ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ର ସରକାର ପରିବା ପାଇଁ କ୍ଲଷ୍ଟର ବ୍ୟବସ୍ଥା କରିଛନ୍ତି, ଯାହାର ସୁଫଳ ଓଡ଼ିଶାର ଚାଷୀ ପାଇବେ । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ପ୍ରଚେଷ୍ଟା କରାଯାଇଛି । ବିଜେଡି ସରକାର ସମୟରେ ଆଳୁ, ପିଆଜ ମିଶନ୍ ସମ୍ପୂର୍ଣ୍ଣ ଫେଲ୍ ହୋଇଥିବାବେଳେ ଦୁର୍ନୀତିର ଗନ୍ତାଘର ସାଜିଥିଲା । ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ବିଜେଡି ସରକାର ସମୟରେ ମହିଳା ସଶକ୍ତିକରଣର ମିଥ୍ୟା ପ୍ରଚାର ଚାଲିଥିଲା । ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି । ଆଗାମୀ ଦିନରେ ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି” କରାଯିବା ସହ ରୋଜଗାରକ୍ଷମ କରାଯିବ ବୋଲି କହିଥିଲେ।
ପିଏମ୍ ଆବାସ ଯୋଜନା ଓ ଅନ୍ତଦ୍ୱୟ ଗୃହ ଯୋଜନାରେ ପ୍ରଚୁର ଅର୍ଥ ବରାଦ କରାଯାଇଛି । ସେହିପରି ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସ୍କୁଲ ଡ୍ର ଆଉଟ ହାରକୁ ରୋକିବା ପାଇଁ “ମାଧୋ ସିଂହ ହାତ ଖର୍ଚ୍ଚ” ଯୋଜନାରେ ବଜେଟ୍ରେ ବ୍ୟୟ ବରାଦ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତୀ ଘଟିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଅର୍ଥ ଆବଂଟନ କରାଯାଇଛି, ଯାହାକି ମୋଟ ବଜେଟ୍ର ପ୍ରାୟ ୮ ପ୍ରତିଶତ । ଓଡିଶା ଅସ୍ମିତାର ବିକାଶ ପାଇଁ ୨୦୦ କୋଟି ଟଙ୍କା; ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨କୋଟି ଟଙ୍କା; ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି, ମେଟ୍ରୋ ରେଳ ପାଇଁ ୧୦୦୦ କୋଟି, ବିକଶିତ ଗାଁ- ବିକଶିତ ଓଡିଶା ପାଇଁ ୧୦୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୬୦୯୦ କୋଟି, ଜଳଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଠି ଦେଇଛି । ଡବଲ ଇଂଜିନ ସରକାରରେ ଓଡିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି । କେନ୍ଦ୍ର ବଜେଟ୍ରେ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି ପକ୍ରିୟାକୁ ଆଗେଇ ନେବା ପାଇଁ ଚଳିତ ରାଜ୍ୟ ବଜେଟ୍ରେ ମଧ୍ୟ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ଯଥେଷ୍ଟ ଅର୍ଥ ବ୍ୟୟବରାଦ କରିଛନ୍ତି ।ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଚଳିତ କେନ୍ଦ୍ର ବଜେଟ୍ରେ ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନର ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଓ ଆକାଂକ୍ଷି ଜିଲ୍ଲାର ପଛୁଆ ଅଂଚଳ ଗୁଡିକ ବିକଶିତ ହେବେ । ଚଳିତ କେନ୍ଦ୍ରୀୟ ବଜେଟ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩କୋଟି ନୂଆ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ । ଯୋଜନା- ୪ର ଆରମ୍ଭ କରାଯାଇଛି । ଏହି ୨ଟି ଯୋଜନାରେ ଆଗରୁ ଓଡ଼ିଶା ବ୍ୟାପକ ଲାଭ ପାଇଛି ଓ ଆଗାମୀ ଦିନରେ ଓଡ଼ିଶା ବ୍ୟାପକ ଲାଭ ପାଇବ ।
ଚଳିତ ବର୍ଷ ଓଡ଼ିଶାକୁ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ଟିକସର ରାଜ୍ୟ ଅଂଶ ବାବଦରେ ୯୩ହଜାର କୋଟି ଟଙ୍କା ମିଳିବାକୁ ଯାଉଛି । ଯାହା ଚଳିତ ବର୍ଷର ବଜେଟ୍ ଅପେକ୍ଷା ୧୪ହଜାର କୋଟି ଟଙ୍କା ଅଧିକ ।ମହିଳା କେନ୍ଦ୍ରୀକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉଦ୍ୟଗ ଗୁଡିକର ବଜାର ପ୍ରବେଶ ଦ୍ୱାରା ଓଡ଼ିଶା ବିଶେଷଭାବେ ପ୍ରଭାବିତ ହେବ । ମୁଦ୍ରା ଲୋନ ରାଶି ବୃଦ୍ଧି କରିବା, ଏମଏସ୍ଏମଇ ସେକ୍ଟରରେ ଋଣ ସହାୟତା ଓ କ୍ରେଡିଟ୍ ଗ୍ୟାରେଂଟି ସହିତ ଯୁବକମାନଙ୍କୁ ଶିଳ୍ପସଂସ୍ଥା ମାନଙ୍କ ସହୟତାରେ ସ୍କିଲ୍ଡ କରାଇବା ଓ ଟପ୍ ୫୦୦କମ୍ପାନୀମାନଙ୍କରେ ପେଡ୍ ଇଂଟର୍ଣ୍ଣସି ୍ ବ୍ୟବସ୍ଥା ଦ୍ୱାରା ଓଡ଼ିଶାବାସୀ ଅନେକ ଲାଭବାନ ହେବେ । ଉଠାଦୋକାନୀମାନଙ୍କ ଷ୍ଟ୍ରିଟ୍ ଫୁଡ ହବ୍ ଓ ସାପ୍ତାହିକ ହାଟ ନିର୍ମାଣ, ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ, ପରିବା ଉତ୍ପାଦନ କ୍ଲଷ୍ଟର, ଅଧିକ ଶିଳ୍ପ ପାର୍କ, ରୋଜଗାର ସୃଷ୍ଟି କରୁଥିବା ଉତ୍ପାଦନ ଭିର୍ତିକ ଶିଳ୍ପ ଉପରେ କେନ୍ଦ୍ର ବଜେଟ୍ରେ ବ୍ୟାପକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଲାଭବାନ ହେବ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା ସ୍ୱାଗତ ଯୋଗ୍ୟ । ରେଳବାଇ କ୍ଷେତ୍ରରେ ଓଡ଼ିଶା ପାଇଁ ବଜେଟ୍ର ପରିମାଣ ୧୦ହଜାର ୫୮୬କୋଟି ଟଙ୍କାରେ ପହଂଚିଛି । କେନ୍ଦ୍ର ଓ