ଅନୁଗୋଳ: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ। ଏହି କ୍ରମରେ ଆଜି ଉଭୟ ଅନୁଗୁଳ ପୌରପାଳିକା ଓ ବ୍ଲକ କାର୍ଯ୍ୟଳୟ ସମୁଖରେ ମହିଳା , ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପୌରପାଳିକା ସମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଙ୍କ ସମେତ ରାଜ୍ୟ ଯୁବ ବିଜେଡି ର ଉପସଭାପତି ସୁଜିତ ଦ୍ବିବେଦୀ ଙ୍କ ସମେତ ମହିଳା , ଛାତ୍ର ଓ ଯୁବ ବିଜେଡି ର କାର୍ଯ୍ୟକର୍ତା ମାନେ ଯୋଗ ଦେଇ ଗ୍ୟାସ ଦର ବୃଦ୍ଧି କୁ ତୀବ୍ର ବିରୋଧ କରିଥିଲେ । ପରେ ପରେ ଏହି ମର୍ମ ରେ ଉଭୟ ବ୍ଲକ ଓ ପୌରପାଳିକା ସମୁଖରେ ପ୍ରତିବାଦ କରୁଥିବା ବିଜେଡି କାର୍ଯ୍ୟକର୍ତା ମାନେ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ପୃଥକ ପୃଥକ ଭାବେ ଯଥାକ୍ରମେ ବିଡ଼ିଓ ଓ ପୌରନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଅନୁଗୁଳ ପୌରପାଳିକା ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଙ୍କ ସମେତ , ସୁଜିତ ପ୍ରସାଦ ଦ୍ବିବେଦୀ , ଅଜିତ ପ୍ରସାଦ ଦ୍ବିବେଦୀ , ବିଶ୍ୱରଞ୍ଜନ ସାହୁ , ରଣଜିତ ମାଣ୍ଡୋଠିଆ , ସଦାନନ୍ଦ ପଣ୍ଡା , ତାପସ ନାୟକ , ବୃନ୍ଦାବନ ସ୍ୱାଇଁ , ସତ୍ୟନନ୍ଦ ଦଳ ବେହେରା , ଗୋପବନ୍ଧୁ ନାଏକ , ପ୍ରଦୀପ୍ତ ଦାସ ଓ ରୀତା ସିଂ ଙ୍କ ସମେତ ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିପରି ଅନୁଗୁଳ ବ୍ଲକ କାର୍ଯ୍ୟଳୟ ସମୁଖରେ ଅନୁଷ୍ଠିତ ପ୍ରତିବାଦ ସଭା ରେ ବ୍ଲକ ବିଜେଡି ସଭାପତି ସରୋଜ ସାହୁ , ରାକେଶ ନନ୍ଦଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ ଜିଲା ର ସମସ୍ତ ବ୍ଲକ ଓ ପୌର ସମେତ ଏନଏସି କାର୍ଯ୍ୟଳୟ ସମ୍ମୁଖରେ ଅହେତୁକ ରନ୍ଧନ ଗ୍ୟାସ ଦଦ ବୃଦ୍ଧି ପ୍ରତିବାଦ ରେ ବିଜୁ ଜନତା ଦଳ ର ମହିଳା , ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା ।