Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ରଖେ ହରି ତ ମାରେ କିଏ । ହଁ ସତରେ ଏହି ଉକ୍ତି ରେ ରହିଛି ସତ୍ୟତା । ଦେବଗଡ଼ ଜିଲା ରେ ସଂଗଠିତ ଏକ ଘଟଣା ରୁ ଏହା ଏକ ପ୍ରକାର ପ୍ରମାଣିତ କହିଲେ ଅତ୍ୟୁକ୍ତି ହେବନାହିଁ । ଘଟଣା ଟି କିଛି ଏହି ଭଳି । ତଳେ କଚାଡି ଦେଲା ଦନ୍ତା ହାତୀ । ଅଳ୍ପକେ ବର୍ତିଲେ ଜଣେ ବ୍ୟକ୍ତି । ଦେବଗଡ ବନଖଣ୍ଡ କାଳକାଠ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଯୁଗଳ କିଶୋର ସୁନ୍ଦେଲ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଛାତି ଏବଂ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଆଘାତ ଲାଗିଛି । ବିଳମ୍ବିତ ରାତୀ ପ୍ରାୟ ଗୋଟାଏ ସମୟରେ ଦନ୍ତା ହାତୀଟି କାଳକାଠ ଗାଁ ଭିତରକୁ ପଶି ଆସିଥିଲା । ମାତ୍ର ଯୁଗଳ ଜାଣିନପାରି ଘର ବାହାରକୁ ପରିସ୍ରା ପାଇଁ ଆସିଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ତଳେ କଚାଡି ଦେଇଥିଲା । ଗାଁର ଅନ୍ୟଲୋକ ମାନେ ହାତୀଟିକୁ ଘଉଡାଇବାରୁ ଯୁଗଳ ଅଳ୍ପକେ ମୃତ୍ୟୁମୁଖରୁ ବର୍ତି ଯାଇଛନ୍ତି । ରାତି ପ୍ରାୟ ୩ ଟା ସମୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଛି । କିନ୍ତୁ ଡାକ୍ତର ନଥିବାରୁ ଚିକିତ୍ସା ମଧ୍ୟ ହୋଇ ପାରିନଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଗାଁ ଭିତରେ ପଶି ହାତୀ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଛି । ବନବିଭାଗ କର୍ମଚାରୀଙ୍କୁ ଫୋନ କରିଥିଲେ ସୁଦ୍ଧା ଘଟଣାସ୍ଥଳକୁ କେହି ଆସିନଥିବା ଅଭିଯୋଗ ହେଉଛି । ବିଳମ୍ବିତ ରାତୀରେ ଦନ୍ତା ହାତୀ ଉପଦ୍ରବ ଯୋଗୁଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *