Spread the love

ଅନୁଗୁଳ (ସୁବ଼ତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ର ପଦାଧିକାରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ ବୈଠକ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି |ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ |ମୋଦୀ ସରକାର ଙ୍କର ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି, ଜୁନ ଏକ ତାରିଖ ରୁ ପନ୍ଦର ଜୁନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ହୋଇଛି |ମୋଦୀ ସରକାର ମହିଳା ଙ୍କ ପାଇଁ ଧନ ଜନ ଯୋଜନା, ଉଜ୍ଜଳା ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଶେଷ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଓଡିଶା କୁ କୋଟି କୋଟି ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର କିଛି ନକରି ଏହି ଯୋଜନା କୁ ହଡପ କରୁଛି ଏବଂ ରାଜ୍ୟରେ ଦିନକୁ ୫ ଦୁଷ୍କର୍ମ, ସାତ ଅପହରଣ ଏବଂ ୫ ବର୍ଷରେ ୨୭000 ଶିଶୁ ନିଖୋଜ କୁ ନେଇ ମହିଳା ମୋର୍ଚ୍ଚା ଜିଲ୍ଲାର ସମସ୍ତ ମଣ୍ଡଳ ସ୍ତରରେ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖକୁ ଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା |ଏହି ବୈଠକ ରେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତିମା ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜା ଲୀନ ଦାସ, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ,ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଓ ପ୍ରକାଶ ମହାରଣା,ମହିଳା ମୋର୍ଚ୍ଚା ପ୍ରଭାରୀ ସୁଜାତା ଦାସ, ଜିଲ୍ଲା ସମ୍ପାଦିକା ନମିତା ଦଳ ବେହେରା,ଉପ ସଭାନେତ୍ରୀ ଶୋଭାଗିନୀ ପ୍ରଧାନ ଓ ଇତିଶ୍ରୀ ସେନାପତି,ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ,ବୁଦ୍ଧିଜୀବୀ ପ୍ରକୋଷ୍ଟ ସମ୍ପାଦିକା ମୃଣାଳିନୀ ପଟ୍ଟନାୟକ ଓ ଜିଲ୍ଲା ସମ୍ପାଦିକା ସଂଯୁକ୍ତା ମହାରଣା ଙ୍କ ସମେତ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *