ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଏକ ପଥର ଗାଡି କୁ ସୁରୁଖୁରୁରେ ଛାଡି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ହିନ୍ଦୋଳ ଏସଡ଼ିପିଓ ମଳୟ କିଶୋର ନାୟକ ।ପଥର ଖଣି ମାଲିକ ଙ୍କ ଠାରୁ ଢେଙ୍କାନାଳ ଜିଲା ହିନ୍ଦୋଳ କାରନ୍ଦା ଛକ ନିକଟରେ ନିର୍ଧାରିତ ସମୟରେ ପହଞ୍ଚି ଶ୍ରୀ ନାୟକ ଖଣି ମାଲିକଙ୍କ ଠାରୁ ଏହି ଅର୍ଥ ନେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା କଟକ ଭିଜିଲାନ୍ସ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଶ୍ରୀ ନାୟକ ଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିବା ପରେ ଗିରଫ କରିଥିଲା । ସୂଚନା ଅନୁଯାୟୀ ଶ୍ରୀ ନାୟକ ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ହିନ୍ଦୋଳ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ ।ପଥର ଚାଲାଣ ନେଇ ଆବଶ୍ୟକ ଦସ୍ତାବିଜ ଖଣି ମାଲିକଙ୍କ ନିକଟରେ ଥିବା ସତ୍ତ୍ୱେ ୩୦ ହଜାର ଟଙ୍କା ଶ୍ରୀ ନାୟକ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା । ଶ୍ରୀ ନାୟକ ଏଭଳି ବେଆଇନ କାର୍ଯ୍ୟକଳାପ ରେ ଅତିଷ୍ଠ ହୋଇ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ପଥର ଖଣି ମାଲିକ ।