Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୋଟିଏ ପଟେ ଗ୍ରାମବାସୀ ଙ୍କ ଆସ୍ଥା ଓ ଅନ୍ୟ ପଟେ ସରକାର ଙ୍କ ରାଜସ୍ୱ । ଏହି ଦୁଇଟି ପ୍ରସଙ୍ଗ କୁ ନେଇ ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ଗାଁ ରେ ଏକ ରୋଚକ ପରିସ୍ଥିତି ଦେଖା ଦେଇଛି ।
ଗାଁ ର ବୃନ୍ଦାବନ ପାହଡ଼ କୁ ଖନନ କରି ପଥର ଉତ୍ତୋଳନ ପାଇଁ ଲିଜ ଧାରୀ ଙ୍କୁ ତହସିଲ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଶୀଳ ହୋଇପଡିଛନ୍ତି ଗ୍ରାମବାସୀ । ବାରମ୍ବାର ଲିଜ ବାତିଲ ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ସତ୍ୱେ କୌଣସି ସୁଫଳ ନମିଳିବାରୁ ଆଜି ସମ୍ପୃକ୍ତ ଅଞ୍ଚଳକୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଓ ଅନ୍ୟ ପଦାଧିକାରୀ ମାନେ ଗ୍ରାମବାସୀ ଙ୍କ ଦ୍ଵାରା ଆହୁତ ଧାରଣା ସ୍ଥଳକୁ ଯାଇ ସମାଧାନ ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ କୌଣସି ସୁଫଳ ମିଳିପାରିନଥିବା ଜଣା ପଡ଼ିଛି ।
ଗ୍ରାମବାସୀ ଙ୍କ କହିବା କଥା ସମ୍ପୃକ୍ତ ପାହାଡ଼ ସେମାନଙ୍କ ଆସ୍ଥା ର କେନ୍ଦ୍ର । ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ନ ଥିଲେ ଏହି ପାହାଡ଼ ରେ ରହିଥିବା ମରିଚ କୁଣ୍ଡ ରେ ବୁଡ଼ ପକାଇଲେ ବ୍ୟାଧି ଦୂର ହୁଏ ବୋଲି ଗ୍ରାମବାସୀ ଙ୍କ ର ବିଶ୍ୱାସ ରହିଛି । ଏହା ଛଡା ସେଠାରେ ରହିଥିବା ବଟ ବୃକ୍ଷ ମୂଳରେ ପ୍ରତିବର୍ଷ ସାଧୁ ମାନେ ପୂଜାର୍ଚ୍ଚନା ତଥା ଜଜ୍ଞ କରିବା ର ନଜିର ରହିଛି ।
ସୂଚନା ଅନୁଯାୟୀ ଲିଜ ଧାରୀ ଙ୍କୁ ଅନୁଗୁଳ ତହସିଲ ପକ୍ଷରୁ ୧୫୩୮ ନମ୍ବର ପ୍ଲଟ ପଥର ଖନନ ଓ ଉତ୍ତୋଳନ ପାଇଁ ଦିଆଯାଇଛି । ଠିକ ସେହିପରି ୧୫୩୭ ନମ୍ବର ପ୍ଲଟ ଟି ସମ୍ପୃକ୍ତ ଗ୍ରାମ ନାମରେ ରହିଛି । ଏଭଳି ସ୍ଥିତି ରେ ଲିଜ ଧାରୀ ଗ୍ରାମବାସୀ ଙ୍କ ଉଦ୍ଦେଶ୍ୟ ରେ ରହିଥିବା ପ୍ଲଟ ଦେଇ ପରିବହନ କରିବେ ,ଯାହା ସମ୍ବବ ନୁହେଁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି ।
ସେପଟେ ନିର୍ଦ୍ଦିଷ୍ଟ ଭାବେ ବିନା ପଲୀ ସଭା ଜରିଆରେ ପ୍ରାକ୍ତନ ସରପଞ୍ଚ ଏନେଇ ଏନଓସି ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ଉଭୟ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଂକ୍ରାନ୍ତରେ ଜିଲାପାଳ ଙ୍କୁ ଅବଗତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଜିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମ କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *