ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ସୋମବାର ଜିଲ୍ଲା ପଦାଧିକାରୀ ଙ୍କର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଏହି ବୈଠକ ରେ ଅଧ୍ୟକ୍ଷତା କରିଥିଲେ |ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କର ତିରୋଧାନ ଦିବସ ଜୁନ 23ରୁ ତାଙ୍କର ଜନ୍ନ ଦିବସ ଜୁଲାଇ ସାତ ତାରିଖ ପର୍ଯ୍ୟନ୍ତ ବିଜେପି ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା |ଅନୁଗୁଳ ଜିଲ୍ଲାର ପ୍ରତିଟି ବୁଥ୍ ସ୍ତରରେ ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯିବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି |ଅନୁଗୁଳ ଜିଲ୍ଲାକୁ ମୋଦୀ ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରପୁର ସହାୟତା ଯୋଗାଇ ଦେଉଛନ୍ତି, ଏହି ତଥ୍ୟ କୁ କାର୍ଯ୍ୟକର୍ତା ମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବା ଉପରେ ନିଷ୍ପତ୍ତି ନିଆଯାଇଛି |ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅନ୍ୟତମ ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ନମିତା ଦଳବେହେରା ଓ ଅନିଲ ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ସୁଜାତା ଦାସ, ସରିତା ମିଶ୍ର,ସଂଯୁକ୍ତା ମହାରଣା, ଶୁଚିସ୍ମିତା ତ୍ରିପାଠୀ, କାଳନ୍ଦୀ ପ୍ରଧାନ, ପୁଲିନ ବିହାରୀ ନାୟକ, ଚନ୍ଦ୍ରକାନ୍ତ ଧଳ,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ |