Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭାରତର ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ଆଜି ହେଉଛି ଜନ୍ମ ଦିବସ। ସେବା ଓ ତ୍ୟାଗ ର ପ୍ରତୀକ ଭାବେ ଜଣା ଶ୍ରୀ ମୋଦୀ ଇତି ମଧ୍ୟରେ ୭୨ ବର୍ଷ ବୟସରେ ପାଦ ଥାପି ଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି ତ୍ୱରାନ୍ୱିତ ।
ଏହି କ୍ରମ ରେ ଅନୁଗୁଳ ଜିଲ୍ଲାର କେତେକ ଟିବି ରୋଗୀ ଙ୍କୁ ସହଯୋଗ ର ହାତ ବଢ଼ାଇଛି ଅଗ୍ରଣୀ ସେବା ଅନୁଷ୍ଠାନ ବିକାଶ ଫାଉଣ୍ଡେସନ ଗ୍ରୁପ । ଏହି ଉପଲକ୍ଷେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏନଏଚଏମ ସମିଳନୀ କକ୍ଷ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ । ଏହାଛଡା ଟିବି ଅଫିସର ଡ଼ା ବିଶ୍ୱ ରଞ୍ଜନ ମହାନ୍ତି , ବିକାଶ ଫାଉଣ୍ଡେସନ ପକ୍ଷରୁ ରୁଚିର କୁମାର ନନ୍ଦ ଓ ପ୍ରଦୀପ ଦଳ ବେହେରା ଙ୍କ ସମେତ ଡ଼ିଷ୍ଟ୍ରିକ ପ୍ରୋଗ୍ରାମ କାଉନସିଲ ର ବାବୁଲି ପ୍ରଧାନ ଓ ଡିପିଏମ ଦୀପିକ କୁମାର ମହାନ୍ତି ।
କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ରହିଥିଲା ଯେ କିଭଳି ଭାରତ କୁ ଟିବି ମୁକ୍ତ କରିବା ପାଇଁ ସଂକଳ୍ପବଧ ହେବା ।
ଏହି ଅବସରରେ ଅନୁଗୁଳ ଜିଲ୍ଲା ରୁ ପ୍ରାୟ ୨୨ ଜଣ ଟିବି ରୋଗୀ ଙ୍କ ମନୋବଳ ଦୃଢ଼ କରାଯିବା ସହ ସେମାନଙ୍କୁ ବିକାଶ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଥିଲା ରାସନ କିଟ ।
ଏହାଛଡା ସମସ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଟିବି ରୋଗୀ ଙ୍କ ଉଦ୍ଧେଶ୍ୟରେ ଦିଆଯାଇଥିବା ପତ୍ର କୁ ଫାଉଣ୍ଡେସନ ର କର୍ମକର୍ତ୍ତା ମାନେ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *