Spread the love

ଅନୁଗୁଳ /ତାଳଚେର (ଶୁଭଲକ୍ଷ୍ମୀ ଦାସ):ତାଳଚେର ଜନ ସାଧାରଣ ଭୋଟ ଦେଇ ବିଜୁ ଜନତା ଦଳର ଢେଙ୍କାନାଳ ସାଂସଦ ଓ ବିଧାୟକ ଙ୍କୁ ନିର୍ବାଚିତ କରିଛନ୍ତି, |ଏ ଅଞ୍ଚଳ ବାସୀ ଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ କରିବା ପରିବର୍ତ୍ତେ ବିଜେଡି ମୁଖିଆ ଙ୍କ ପ୍ରିୟପାତ୍ର ହେବା ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗାଳି ଦେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି |ରାଜ୍ୟ ସରକାର ଥର୍ମାଲ ପ୍ଲାଣ୍ଟ ପାଇଁ ଏନଓସି ଦେଉନଥିବା ଯୋଗୁଁ ଚାରି ବର୍ଷ ହେବ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ,ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଉଭୟ ସାଂସଦ ଓ ବିଧାୟକ ଆବଶ୍ୟକ ଅନୁମତି ପାଇଁ ଦାବୀ କରିବା ପରିବର୍ତ୍ତେ ଯେଉଁ ଧର୍ମେନ୍ଦ୍ର ପ୍ରଧାନ ୧0 ହଜାର କୋଟି ଟଙ୍କା ମଂଜୁର କରିଛନ୍ତି ପ୍ଲାଣ୍ଟ ଚଳାଇବା ପାଇଁ ତାଙ୍କୁ ଗାଳି କରିବା କେତେଦୂର ସମିଚୀନ ତାହା ତାଳଚେର ବାସୀ ବିଚାର କରିବେ ବୋଲି ଶ୍ରୀ ସାମଲ କହିଛନ୍ତି |ମାନ୍ୟବର ଢେଙ୍କାନାଳ ସାଂସଦ ତାଳଚେର ଥର୍ମାଲ ଶ୍ରମିକ ଏକତା ମଞ୍ଚର ସଭାପତି ଓ କର୍ମକର୍ତା ଙ୍କୁ ବିଧାୟକ ଙ୍କ ହିଂସ୍ର ଆଚରଣ ଉପରେ ପଦୁଟିଏ ନକହି ଓଲଟା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଆକ୍ଷେପ କରିଛନ୍ତି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ରୁ ଆଣି ଓଡିଶା ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି |ବିଶେଷ ଭାବେ ତାଳଚେର ଏଫ ସି ଆଇ ପ୍ଲାଣ୍ଟ ପାଇଁ ୧୩ ହଜାର କୋଟି ଟଙ୍କା, ତାଳଚେର ଥର୍ମାଲ ପ୍ଲାଣ୍ଟ ପାଇଁ ୧0 ହଜାର କୋଟି ଟଙ୍କା, ମେଡିକାଲ କଲେଜ ପାଇଁ ୫ ଶହ କୋଟି ଟଙ୍କା, ରେଳପଥ, ଜାତୀୟ ରାଜପଥ ପାଇଁ ଶହ ଶହ କୋଟି ଟଙ୍କା ତାଳଚେର ର ବିକାଶ ପାଇଁ ଖର୍ଚ୍ଚ କରିଥିବା ବେଳେ,ତାଳଚେର ରେ ଦୁଇସହ ସିଟ ର ଡ଼ିଏଭି ସ୍କୁଲ ସ୍ଥାପନ, କୋଇଲା ଖଣି ରେ ଦୁର୍ଘଟଣାରେ ମୃତାହତ ଠିକା ଶ୍ରମିକଙ୍କ ପାଇଁ ୧୫ ଲକ୍ଷ ର ଅନୁକମ୍ପା ରାଶି ଏବଂ ଆଗାମୀ ଦିନରେ ତାଳଚେର ରେ ତିନୋଟି ସେଣ୍ଟ୍ରାଲ ସ୍କୁଲ ସ୍ଥାପନ ଧର୍ମେନ୍ଦ୍ର ପ୍ରଧାନ କରାଇଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି |କିନ୍ତୁ ସାଂସଦ ଓ ବିଧାୟକ ତାଳଚେରର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପାଖରୁ ଟଙ୍କାଟିଏ ସ୍ୱତନ୍ତ୍ର ଅନୁଦାନ ଆଣିବାରେ ଅସମର୍ଥ | ତାଳଚେର ବାସୀ ଙ୍କ ବିକାଶ କରିବା ପରିବର୍ତ୍ତେ ସାଂସଦ ଓ ବିଧାୟକ ଯେଉଁ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ବିକାଶ ରେ ଲାଗିଛନ୍ତି ତାଙ୍କୁ ଗାଳି ଦେବା କି ପ୍ରକାର ମାନସିକତା ଜନ ସାଧାରଣ ଏହାକୁ ବିଚାର କରିବେ ବୋଲି ଶ୍ରୀ ସାମଲ ଏକ ପ୍ରେସ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *