ଅନୁଗୋଳ: ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମ ବ୍ରାଞ୍ଚ ଯେମିତି ଭାବରେ ଗିରଫ କରି ଗଣମାଧ୍ୟମର କଣ୍ଠରୋଧ କରିଛି ତାହା ଦ୍ଵାରା ସାମ୍ବାଦିକ ଏବଂ ଗଣମାଧ୍ୟମର ସମ୍ମାନ କ୍ଷୁର୍ଣ୍ଣ ହୋଇଛି l ଏହାର ପ୍ରତିବାଦରେ ଆଜି ଅନୁଗୋଳ ସାମ୍ବାଦିକ ସଂଘ ପକ୍ଷରୁ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ଅନୁଗୁଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁବାଷ ସାହୁ, ବିଶ୍ୱରଞ୍ଜନ ପଟ୍ଟନାୟକ, ରାକେଶ କୁମାର ସାମଲ, ପର୍ଶୁରାମ ଦାସ ଙ୍କ ସମେତ ଅନେକ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ।