Spread the love

ଅନୁଗୋଳ: ସୋସିଆଲ ମିଡ଼ିଆରେ ପ୍ରଶାସନ ବିରୁଦ୍ଧରେ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଲଗାତାର ଭାବେ ଅନୁଗୁଳ ଜିଲା ପ୍ରଶାସନ ର ମନମୁଖୀ କାର୍ଯ୍ୟ , ଦୁର୍ନୀତି ସଂକ୍ରନ୍ତୀୟ ପୋଷ୍ଟ କରି ଏବେ ଅନୁଗୁଳରେ କାର୍ଯ୍ୟରତ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କୁ ମହଙ୍ଗା ପଡିଛି । ସମ୍ଭାବ୍ୟ ବାତ୍ୟା ଓ ବର୍ଷା ସତ୍ୱେ ଅନୁଗୁଳ ଜିଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ତଥା ଆଇନଜୀବୀ ସଂଜୀବ ମାଣ୍ଡୋଠିଆଙ୍କ ହୁଲୁରୁସିଙ୍ଗାସ୍ଥିତ ବାସଭବନର ମାତ୍ର ତିନି ଫୁଟର ସରକାରୀ ସ୍ଥାନକୁ ଜବରଦଖଲ ହୋଇଥିବା ଦର୍ଶାଇ ବ୍ୟାପକ ପୋଲିସ ଉପସ୍ଥିତିରେ ହଟା ଯାଇଛି । ପ୍ରତିଶୋଧ ପରାୟଣ ହୋଇ ପ୍ରଶାସନ ଏପରି କରିଥିବା ସଂଜୀବ ଅଭିଯୋଗ କରିଛନ୍ତି । ଏହି ମର୍ମ ରେ ସଂଜୀବ ଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ର ଏଭଳି କାର୍ଯ୍ୟ କୁ ନିନ୍ଦା କରିବା ସହ ନ୍ୟାୟ ପାଇଁ ସେ ଅଦାଲତ ଙ୍କ ଦ୍ୱାରସ୍ଥ ହେବେ ବୋଲି ସଂଜୀବ କହିଛନ୍ତି ।

Leave a Reply

Your email address will not be published. Required fields are marked *