Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଗୋଟିଏ ପଟେ 5ଟି ଯୋଜନା ଆନୁକୂଲ୍ୟରେ କେତେକ ବିଦ୍ୟାଳୟ ର ହେଉଛି ରୂପାନ୍ତର କାର୍ଯ୍ୟକ୍ରମ । ଆଉ ଅନ୍ୟପଟେ କେଉଁ ଠି ଶିକ୍ଷକ ଅଭାବ ତ ପୁଣି କେଉଁଠି ଆବଶ୍ୟକ ଶ୍ରେଣୀ ଗୃହ ନଥିବା ରୁ ଉପୁଜୁଛି ନାନାଦି ସମସ୍ୟା ।ଏଭଳି କିଛି ସମାସ୍ୟ ଦେଇ ଗତି କରୁଛନ୍ତି ଅନୁଗୁଳ ବ୍ଲକ ନୂଆମୌଜା ସରଧାପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ । ଅଭିଭାବକ ଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ବିଡମ୍ବନା ର ବିଷୟ ଯେ ଆଠ ଟି ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ । ସେଠାରେ ରହିଥିବା ତିନି ଟି ଶ୍ରେଣୀ ଗୃହ ରେ ଅବ୍ୟବସ୍ଥା ଭିତରେ ଚାଲିଛି ପାଠ ପଢା । ଫଳରେ ନାନା ସମସ୍ୟା ର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ପୂର୍ବରୁ ଅବିଭାବକ ମାନେ ଜିଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅବିଭାବକ ସମୂହ ।

Leave a Reply

Your email address will not be published. Required fields are marked *