ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣିହାଁ ମଶୁଣିହତା ଗ୍ରାମବାସୀ ମାନେ ଶନିବାର ଦିନ ଭେଟି କୃତଜ୍ଞତା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଏନ୍ ଟି ପି ସି ଠାରୁ ଜମି ବାବଦକୁ କ୍ଷତିପୂରଣ ପାଇଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।ଏନ ଟି ପି ସି ଦ୍ୱାରା ମଶୁଣି ହତା ଗ୍ରାମଟି ଅଧିଗ୍ରହଣ ହୋଇଛି, ଏହାର କ୍ଷତିପୂରଣ ବାବଦରେ ଅର୍ଥ ଏନ ଟି ପି ସି କର୍ତ୍ତୃପକ୍ଷ ରାଜ୍ୟ ସରକାର ଙ୍କ ଠାରେ ଦୁଇ ବର୍ଷ ପୂର୍ବରୁ ପଇଠ କରିସାରିଛି |ସେହି ଗ୍ରାମର କିଛି ଲୋକଙ୍କ ର କ୍ଷତି ପୂରଣ ମଧ୍ୟ ପ୍ରଶାସନ ଦେଇ ସାରିଛି |କିନ୍ତୁ ଦୁଇ ବର୍ଷ ହେବ ଉକ୍ତ ଗ୍ରାମର ନବେ ଭାଗ ଲୋକଙ୍କ କ୍ଷତିପୂରଣ ରାଶି ମିଳି ପାରି ନଥିଲା, ଏହାକୁ ନେଇ ଜିଲ୍ଲା ପ୍ରଶାସନ, ଏନ ଟି ପିସି କର୍ତ୍ତୃପକ୍ଷ ଙ୍କ ପାଖକୁ ଦୌଡି ଦୌଡି ଆନ୍ଦୋଳନ କରି ମଧ୍ୟ କୌଣସି ସୁଫଳ ମିଳି ପାରି ନଥିଲା |ଶେଷରେ ମଶୁଣି ହତା ଗ୍ରାମବାସୀ ମାନେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କୁ ଭେଟି ଏ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ |ଗ୍ରାମବାସୀ ଙ୍କୁ ନେଇ ଶ୍ରୀ ସାମଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦୃଷ୍ଟି ଗୋଚର କରିଥିଲେ |ଧର୍ମେନ୍ଦ୍ର ପ୍ରଧାନ ଏ ମର୍ମରେ ମଶୁଣି ହତା ଗ୍ରାମର କ୍ଷତିପୂରଣ ପାଇଁ କେନ୍ଦ୍ର ଶକ୍ତି ମନ୍ତୀ ଙ୍କୁ ଚିଠି ଲେଖି ସମସ୍ୟା ସମାଧାନ କରିବାକୁ ଅନୁରୋଧ କରିଥିଲେ, ଆଜି ସେମାନଙ୍କର ସମସ୍ୟା ସମାଧାନ ହୋଇଛି ଏବଂ କ୍ଷତିପୂରଣ ପାଇବାକୁ ଗ୍ରାମକୁ ନୋଟିସ ଆସିଛି, ଏହାକୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି, କେନ୍ଦ୍ରମନ୍ତ୍ରୀ ଙ୍କ ହସ୍ତକ୍ଷେପ ଏବଂ କାଳନ୍ଦି ସାମଲ ଙ୍କ ଉଦ୍ୟମ ପାଇଁ ଆଜି ମଶୁଣି ହତା ଗ୍ରାମବାସୀ କ୍ଷତିପୂରଣ ପାଇ ପାରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି |ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ଉପସ୍ଥିତି ରେ କଣିହାଁ ମଣ୍ଡଳ ବିଜେପି ସଭାପତି ଦେବେନ୍ଦ୍ର ବାରିକ ଙ୍କ ନେତୃତ୍ୱ ରେ ମଶୁଣି ହତା ଗ୍ରାମର ମନମୋହନ ସାହୁ, ପ୍ରଫୁଲ୍ଲ ନାଏକ, ବାବୁଲି ବେହେରା, ସୁଦାମ ବେହେରା, ଶ୍ରୀମନ୍ତ ସାହୁ, ନିର୍ମଳ ପ୍ରଧାନ, ବିଭୁତି ଭୂଷଣ ବେହେରା, ଲିପୁ ବୋଇତା,ବିଘ୍ନ ପ୍ରଧାନ, ପିଣ୍ଟୁ ପ୍ରଧାନ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ |