Spread the love

ତାଳଚେର(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଆସନ୍ତା ଜୁନ 30 ରେ ଦିନିକିଆ ତାଳଚେର ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି |ଏମସିଏଲ ଜଗନ୍ନାଥ କ୍ଷେତ୍ର, ଏବଂ ସୁଭଦ୍ରା କ୍ଷେତ୍ରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ର ଭୂମିପୂଜନ କରିବା ସହ ଦିନ 10ଟାରେ ସାଉଥ ବଲଣ୍ଡା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ |ପବିତ୍ର ରଥଯାତ୍ରା ଉପଲକ୍ଷେ ବହୁପ୍ରତିକ୍ଷୀତ ତାଳଚେର ବାସୀ ଙ୍କର ଦୀର୍ଘ ଦିନର ସ୍ବପ୍ନ ଆଜି ବାସ୍ତବ ରୂପ ନେବାପାଇଁ ଯାଉଛି ଗୋଟିଏ ଦିନରେ ଦୁଇ ଦୁଇ ଟି କେନ୍ଦ୍ରୀୟ ବିଦ୍ୟାଳୟ ଭେଟି ଦେବା ପାଇଁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି |ଧର୍ମେନ୍ଦ୍ର ପ୍ରଧାନ ତାଳଚେର ର ବିକାଶ ଦିଗରେ ସଦାସର୍ବଦା କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି |ତାଳଚେର ର ସମସ୍ତ ୬ ଟି ମଣ୍ଡଳ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି |

Leave a Reply

Your email address will not be published. Required fields are marked *