Spread the love


ତାଳଚେର(ସୁବ୍ରତ ପଟ୍ଟନାୟକ):ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ |ଶୁକ୍ରବାର ସନ୍ଧ୍ୟାରେ ତାଳଚେର ଦେଉଳବେଡା ତେଲିସାହି ଠାରୁ ହାଣ୍ଡିଧୂଆଁ, ଶର୍ମାଛକ, ହାଟ ତୋଟା, ରାମ ଚନ୍ଦ୍ର ବଜାର, ହନୁମାନ ପଡା, ବଉଲଛକ, ବଡ଼ବଜାର, ବଡ଼ଦାଣ୍ଡ ସାହି ପୂଜା ମଣ୍ଡପ କୁ ଚାଲି ଚାଲି ଯାଇ ପ୍ରଭୁ ଗଣେଶ ଙ୍କ ଦର୍ଶନ କରିଥିଲେ |ସମସ୍ତ ପୂଜା ମଣ୍ଡପ ରେ କମିଟି ର କର୍ମକର୍ତା ମାନେ ଶ୍ରୀମତୀ ପ୍ରଧାନ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ |ତାଙ୍କ ସହ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ବିଭୁତି ସାହୁ, ଦୟାସାଗର ମିଶ୍ର,ଜିତେନ୍ଦ୍ର ଦାସ, ସଂକଳ୍ପ ସାହୁ,କାଳନ୍ଦୀ ପ୍ରଧାନ,କାଉନସିଲର ଅନିତା ବିଶ୍ୱାଳ, ସ୍ୱାଧୀନ ଥମ୍ବ, ଓ ସନ୍ତୋଷ ବେହେରା, ମନୋଜ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ମିଲ୍ଲୀ ପ୍ରଧାନ, ସୁଫଳା ପୃଷ୍ଟି, ଝରଣା ମହାପାତ୍ର, କବିତା ବେହେରା,ସତ୍ୟବନ୍ତ ସାହୁ,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *