ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ରେ ଥିବା ଆଦିବାସୀ ମାନଙ୍କ ର ନାନାବିଦ୍ଧ ସମସ୍ୟା ରହିଛି, କିଛି ଦିନ ପୂର୍ବେ ଆଦିବାସୀ ମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏବଂ ସେଠାରେ ଆଦିବାସୀ ମାନେ ତାଙ୍କର ଜାତି ସାର୍ଟିଫିକେଟ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏବଂ ଦୀର୍ଘ ଦିନ ହେବ ବସବାସ କରୁଥିବା ଜାଗା ର ପଟ୍ଟା ମଧ୍ୟ ମିଳିନାହିଁ ଏବଂ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ |ଏ ସମସ୍ତ ସମସ୍ୟା ଉପରେ ସୋମବାର ନୂଆଦିଲ୍ଲୀ ରେ ଜାତୀୟ ଏସଟି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ |ଖୁବଶୀଘ୍ର ତାଳଚେର ତଥା ଅନୁଗୁଳ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ମାନଙ୍କ ର ସମସ୍ତେ ସମସ୍ୟା ଉପରେ ଅନୁଗୁଳ ଜିଲ୍ଲା ଗସ୍ତ କରି ସରଜମିନ ତର୍ଜ୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ସଦସ୍ୟ ଅନନ୍ତ ନାୟକ କହିଛନ୍ତି |ଦୀର୍ଘ ଦିନ ଧରି ଅସୁବିଧା ର ସମ୍ମୁଖୀନ ହେଉଥିବା ଆଦିବାସୀ ଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ଶ୍ରୀ ସାମଲ ଆଶାବାଦୀ ଅଛନ୍ତି |