Spread the love

ତାଳଚେର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତାଳଚେର ନଗର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର 01 ତାରିଖ ରୁ ତାଳଚେର ନଗର ରେ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ ହେବ। ସଂଘ ର ଶତାବ୍ଦୀ ବର୍ଷ ପାଳନ ଅବସରରେ ସମସ୍ତ ପରିବାରଙ୍କ ନିକଟକୁ ଯାଇ ସମ୍ପର୍କ କରିବାର କାର୍ଯ୍ୟକ୍ରମ ରହିଛି। ଏ ପରିପେକ୍ଷୀରେ ଆସନ୍ତା କାଲି ଡିସେମ୍ବର 01 ରେ ତାଳଚେର ଟାଉନ ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା କରାଯାଇ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ କରାଯିବ। ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ ପରିବାର ଙ୍କୁ ଭେଟି ବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ୱାର୍ଡ, ଗ୍ରାମ, ବସ୍ତି ଅନୁଯାୟୀ ଟୋଲୀ ଗଠିତ ହୋଇ କାର୍ଯ୍ୟକ୍ରମ କୁ ସୁଚାରୁରୂପେ କରାଯିବାକୁ ବ୍ୟାପକ ଭାବେ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଛି। ଗୃହ ସମ୍ପର୍କ ଅଭିଯାନ ରେ ସଂଘ ସ୍ଥାପନ ର କାହାଣୀ, ସଂଘର ଲକ୍ଷ, ବ୍ୟକ୍ତି ନିର୍ମାଣ ର ମାର୍ଗ, ସଂଘ ର ସିଦ୍ଧାନ୍ତ, ସଂଘ ଶତାବ୍ଦୀ, ପାଞ୍ଚ ପରିବର୍ତନ ତଥା ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ, ସ୍ବଦେଶୀ, ଓ ନାଗରିକ କର୍ତ୍ତବ୍ୟ ଆଦି ବିଷୟରେ ଗୃହ ସମ୍ପର୍କ ଅଭିଯାନ ରେ ସ୍ୱୟଂ ସେବକମାନେ ଘରକୁ ଘର ଯାଇ ବୁଝାଇବେ। ଆଜିର ପ୍ରସ୍ତୁତି ବୈଠକ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଅନୁଗୁଳ ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ଜିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ଅଶୋକ ଲାଲ ଅଗ୍ରୱାଲ, ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ଦିବାକର ପ୍ରଧାନ, ପ୍ରମୁଖ କାର୍ଯ୍ୟକର୍ତା ମାୟାଧର ସାହୁ ଓ ପର୍ଶୁରାମ ବାରିକ, ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ବାଉରୀ ବନ୍ଧୁ ବେଜ, ଗଣେଶ ପ୍ରସାଦ ସାହୁ, ରଂଜିତ ମହାପାତ୍ର, ଜଗଦୀଶ ପ୍ରସାଦ ସିଂହ, କାର୍ତ୍ତିକେଶ୍ୱର ସାହୁ, ଅମିତ କୁମାର ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *